ଅନଲାଇନରେ ମଗାଇଥିଲେ ଟ୍ରଲି ବ୍ୟାଗ୍ , ହେଲେ ପ୍ୟାକେଟ ଭିତରୁ ବାହାରିଲା ଇଟା

42

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଅନଲାଇନରେ ମଗାଇଥିଲେ ଟ୍ରଲି ବ୍ୟାଗ୍। ହେଲେ ପ୍ୟାକେଟ ଭିତରୁ ବାହାରିଲା ଇଟା ସହିତ ପୁରୁଣା କିଛି ସାମଗ୍ରୀ। ଶୁଣିବାକୁ ଆଶ୍ଚର୍ଯ୍ୟ ଲଗୁ ଥିଲେ ମଧ୍ୟ କଥାଟି ନିରାଟ ସତ୍ୟ। ଯାହାକି ଘଟିଛି ପୁରୀ ସହର ରେ । ଆଉ ଠକେଇ ର ଶିକାର ହୋଇଛନ୍ତି ଓରିଏଣ୍ଟାଲ ବୀମା କମ୍ପାନୀ ଅଫିସର ସଂଘର ଓଡ଼ିଶା ସଭାପତି ସୁରେନ୍ଦ୍ର ମାଝୀ। ସୁରେନ୍ଦ୍ରଙ୍କ ସୁଚନା ଅନୁଯାୟୀ ପୁରୀରେ ତାଂକ ସଂଘର ଏକ ବୈଠକ ଆୟୋଜନ କରାଯାଇଛି। ସେହି ବୈଠକରେ ଅତିଥିଙ୍କୁ ଟ୍ରଲି ବ୍ୟାଗ୍ ଉପହାର ଭାବେ ଦେବା ପାଇଁ ସେ ଅମାଜନରୁ ଦୁଇଟି ଦାମୀ ଟ୍ରଲି ବ୍ୟାଗ୍ ମାଗାଇ ଥିଲେ। ହେଲେ ସେ ଯେତେବେଳେ ପ୍ୟାକେଟ ଖୋଲିଲେ ଦେଖି ତାଯୁବ ହୋଇଗଲେ। ଟ୍ରଲୀ ବ୍ୟାଗ୍ ବଦଳରେ ଥିଲା ଇଟା ଓ ଏକ ପୁରୁଣା ଗଦି। ତେବେ ସୌଭାଗ୍ୟ ବଶତଃ ସେ ପ୍ୟାକେଟ ଖୋଲିବା ବେଳେ ଏହାକୁ ମୋବାଇଲରେ ଭିଡ଼ିଓ ରେକର୍ଡିଂ କରିଥଲେ। ଯାହାକୁ ସେ ପ୍ରମାଣ ଭାବେ ରଖିଛନ୍ତି। ତେବେ ଆମାଜନ ଭଳି ଏକ ପ୍ରତିଷ୍ଠିତ ସପିଙ୍ଗ ସାଇଟ୍ ରୁ ଏଭଳି ସେ ଠକାମୀର ଶିକାର ହେବେ ସେ ନେଇ ବିଶ୍ୱାସ କରି ପାରୁନାହାନ୍ତି। ତେବେ ଏହି ଘଟଣା ଜଣାପଡିବା ପରେ ପୁରୀରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଚି। ତେବେ ଠକେଇ ର ଶିକାର ହେଇଥିବା ସୁରେନ୍ଦ୍ର ମାଝୀ ପୋଲିସରେ ଅଭିଯୋଗ କରିବେ ବୋଲି କହିଛନ୍ତି। ତେବେ ସରକାର୍ ଏ ଦିଗରେ କଡ଼ା ପଦକ୍ଷେପ ନ ନେଲେ ଆଗାମୀ ଦିନରେ ନିରୀହ ଲୋକ ମାନେ ଠକେଇର ଶିକାର ହୋଇ ଆର୍ଥିକ କ୍ଷତିର ସମ୍ମୁଖୀନ ହେବେ ବୋଲି ସୁରେନ୍ଦ୍ର ମାଝୀ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More