ଅଧିଷ୍ଠାତ୍ରି ଦେବୀ ଇନ୍ଦ୍ରାଣୀ ମାଙ୍କ ଛତର ଯାତ୍ରା ପାଳିତ

38

Get real time updates directly on you device, subscribe now.

ନୂଆପଡା ( ସଂଘର୍ଷ ମିଡିଆ ) : ମହାମାରୀ କରୋନାକୁ ଆଖି ଆଗରେ ରଖି ନୂଆପଡା ଜିଲ୍ଲା ବଣ ପାହାଡ଼ ଘେରା ଦୁର୍ଗମ ଆଦିବାସୀ ଅଧିଷ୍ଠିତ ଦେଓଦର । ଗ୍ରାମଠାରେ ଅଧିଷ୍ଠାତ୍ରୀ ଦେବୀ ଇନ୍ଦ୍ରାଣୀ ମାଙ୍କ ଛତର ଯାତ୍ରା ଯଥା ବିଧିରେ ସମ୍ପନ୍ନ ହୋଇଯାଇଛି l ସର୍ବ ପ୍ରଥମେ ଉପକାଗଙ୍ଗା ସ୍ଥିତ ମାଟି ଘରେ ମାଟି ଦେବତାଙ୍କୁ ପୂଜା ଅର୍ଚନା କରିସାରିବା ପରେ ଉମା ଗୁଡ଼ିଆ ଠାରେ ସିଦ୍ରlଦି ଏବଂ ଆଦିମାତାଙ୍କୁ ପୂଜାକରି ବୋଦାବଳି ଦେଇଛନ୍ତି ଗ୍ରାମର ଝାଙ୍କର l ପରେ ଇନ୍ଦ୍ରାଦି ମାଙ୍କ ପୀଠ ଦେଓଦରl ଗ୍ରାମଠାରେ ତାଙ୍କର ରୀତିନୀତି ଅନୁସାରେ ଛତର ଯାତ୍ରା ଆରମ୍ଭ ହୋଇ ସରିଯାଇଛି l ମହାମାରୀ କରୋନା ପାଇଁ ଏବର୍ଷ ବହୁତ କମ ଶ୍ରଦ୍ଧାଳୁ ପହଞ୍ଚିଥିବା ଦେଖିବାକୁ ମିଳିଥିଲା । ଦେବୀ ମା ଶ୍ରଦ୍ଧାଳୁଙ୍କ ଠାରୁ ପୂଜା ପାଇବା ସହ ବୋଦାବଳୀ ପାଇଛନ୍ତି । ମାଙ୍କ ଉପରେ ଭକ୍ତଙ୍କ ବିଶ୍ୱାସ ରହିଥିବା ସହ ଅନେକ ଭକ୍ତ ନିଜ ନିଜ ମନସ୍କାମନା ପୁର୍ଣ ପାଇଁ ଦେବୀମାଙ୍କ ପାଖକୁ ଯାଇଥାନ୍ତି । ଦେବୀ ମା ଅନେକ ଦୁଖିଙ୍କ ଦୁଃଖ ହରଣ କରୁଥିବା ଏବଂ ନିସନ୍ତାନ ସନ୍ତାନକୁ ସନ୍ତାନ ଦେଉଥିବା ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More