ଅଧିକ ପାଠ ପଢିବା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ

10

Get real time updates directly on you device, subscribe now.

ସାଲେପୁର(ସଂଘର୍ଷ ମିଡିଆ ) : ଆଶା କରି ଥିଲେ ଅଧିକରୁ ଅଧିକ ପାଠ ପଢିବେ ।ସମସ୍ତ ଙ୍କ ପିଲାଙ୍କ ପରି କଲେଜ ଯିବେ ପାଠ ପଢିବେ ଭଲ ନମ୍ବର ରଖି ପାସ କରିବେ ।ଚାକିରି କରି ବାପା ମା ଙ୍କ ଦୁଖ ଦୁର କରିବେ ।କିନ୍ତୁ ଆଶା ଆଶା ରେ ରହି ଯାଇଛି । ମାଟ୍ରିକ ରେ ପ୍ରାୟ 70 ପ୍ରତିଶତ ମାର୍କ ରଖି ପାସ କରି ଥିଲେ ସୁଦ୍ଧା ଦୀର୍ଘ ଦୁଇ ବର୍ଷ ହେଵ ଅର୍ଥ ଅଭାବ ରୁ ଆଉ କଲେଜ ମାଟି ମାଡ଼ି ପାରିଲେ ନାହିଁ। ଆଉ ଏବେ ନିଜ ମା ଙ୍କ ସହ ଦିନ ମଜୁରିଆ ଭାବେ ଦିନ କାଟୁଛନ୍ତି ।କଟକ ଜିଲ୍ଲା ସାଲେପୁର ବ୍ଲକ ବାଲିସାହି ଗ୍ରାମର ସୁକାନ୍ତ ଦେହୁରୀ ଙ୍କ ଝିଅ ଲଷ୍ମୀପ୍ରିୟା।ବାପା ମାନସିକ ରୋଗରେ ପୀଡିତ ଥିବାବେଳେ ଘରର ଆର୍ଥିକ ଅବସ୍ଥା ଖରାପ ଯୋଗୁଁ ଲଷ୍ମୀପ୍ରିୟା ଙ୍କ ପାଠରେ ଲାଗିଲା ଡୋରି।ଘର ଆର୍ଥିକ ବୋଝ ଲଷ୍ମୀ ପ୍ରିୟା ଓ ମାଙ୍କ ଉପରେ ଥିବାବେଳେ ପରିବାର ଚଳିବା କଷ୍ଟସାଧ୍ୟ ହୋଇପଡୁଛି।ସାଥୀପିଲା କଲେଜ ଯାଉଥିବାବେଳେ ଲଷ୍ମୀପ୍ରିୟା ଦେଖି ନିଜର ଦୁଃଖକୁ ଚାପି ରଖନ୍ତି।ଯଦି ସାମାଜିକ ଅନୁଷ୍ଠାନ ଓ ସରକାରୀ ସ୍ତରରେ ଲଷ୍ମୀପ୍ରିୟା ଙ୍କୁ ସହାୟତା ପ୍ରଦାନ କରାଯାଆନ୍ତା ନିଶ୍ଚିତଭାବେ ଉଚ୍ଚଶିକ୍ଷାଲାଭ କରିବାର ଅଭିଳାଷ ପୁର୍ଣହୋଇପାରନ୍ତା।ଯଦିକେହି ସାମାଜିକ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତି ସହାୟତା ପ୍ରଦାନ କରିବାକୁ ଇଛୁକ ଅଛନ୍ତି ତେବେ A/C No: ୩୦୧୦୧୨୧୨ ୦୦୦୦୦୩୧( ifsc code:UBIN0830101) ସାହାଯ୍ୟ କରିପାରିବେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More