ପୁରୀ(ସଂଘର୍ଷ ମିଡିଆ) : – ଆସନ୍ତା 9 ତାରିଖ ରେ ଆମେରିକାର ହ୍ୟୁଷ୍ଟନ ସହରରେ ରଥଯାତ୍ରା ଆୟୋଜନ କରିବ ଆମେରିକାର ଇସ୍କନ ଅନୁଷ୍ଠାନ। ତେବେ ଅଦିନିଆ ରଥ ଯାତ୍ରାକୁ ଏବେ ସବୁ ମହଲରେ ବିରୋଧ ପରେ ଏହା ବେଶ ଚର୍ଚ୍ଚାର ବିଷୟ ହେଇଚି। ଅଦିନିଆ ରଥଯାତ୍ରାକୁ ବନ୍ଦ ପାଈଁ ଭକ୍ତ, ସେବାୟତ ଓ ଗଜପତି ମହାରାଜା ଇସ୍କନକୁ ଅନୁରୋଧ କରିଚନ୍ତି। ବିଧି ଅନୁଯାୟୀ କେବଳ ଆଷାଢ଼ ଶୁକ୍ଳ ଦ୍ୱିତୀୟା ରେ ମହାପ୍ରଭୁ ଙ୍କ ରଥଯାତ୍ରା ଅୟୋଜନ ହେବା ଉଚିତ୍ ବୋଲି ଜଗନ୍ନାଥ୍ ପ୍ରେମୀ, ସେବାୟତ ଓ ଗଜପତି ମହାରାଜା ମତ ଦେଇଛନ୍ତି। ତେବେ ଆମେରିକାରେ ଇସ୍କନ ଯେଉଁ ଅଦିନିଆ ରଥଯାତ୍ରା ଆୟୋଜନ କରିବା ପାଇଁଯାଉଛି ତାହାକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଲାନନ୍ଦ ସରସ୍ଵତୀ ବିରୋଧ କରିଚନ୍ତି। ପୁରୀ ଶଙ୍କରାଚାର୍ଯ୍ୟ କହିଚନ୍ତି ବିଧି ଅନୁଯାୟୀ ସବୁ କାର୍ଯ୍ୟ କରାଗଲେ ସବୁ କାର୍ଯ୍ୟ ସଫଳ ହୋଇଥାଏ। ତାହା ଶାସ୍ତ୍ରରେ ଉଲେଖ ରହିଚି। ତେବେ ଏହାକୁ ଉଲଘଂନ କରାଗଲେ ସବୁ କାର୍ଯ୍ୟ ଅସଫଳ ହେଇଥାଏ। କେବଳ ନିଜର ଖ୍ୟାତି, ପ୍ରଚାର ପ୍ରସାର ପାଇଁ ଇସ୍କନ ଯେଉଁ ଭଳି ବିଧି ବ୍ୟବସ୍ଥା ନ ମାନି ମହାପ୍ରଭୁଙ୍କ ରଥ ଯାତ୍ରା ଆୟୋଜନ କରୁଚି ତାହା ଠିକ୍ ନୁହେଁ। ଯେଉଁ ମାନେ ମହାପ୍ରଭୁଙ୍କୁ ଭକ୍ତି କରନ୍ତି ସେମାନେ ମହାପ୍ରଭୁ ଙ୍କ ସବୁ ବିଧି ବ୍ୟବସ୍ଥା ମାନିବା ଉଚିତ୍। ଶ୍ରୀ ମନ୍ଦିରର ବରିଷ୍ଠ ସେବାୟତ ମଧ୍ଯ ପୂଜାପଣ୍ଡା କହିଚନ୍ତି, ପୁର୍ବରୁ ମଧ୍ୟ ଇସ୍କନର ଅଦିନିଆ ରଥଯାତ୍ରାକୁକୁ ନେଇ ବହୁ ଆପତ୍ତି ଉଠିଚି। ଶ୍ରୀ ମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ବୈଠକ ରେ ଏ ନେଇ ପୁର୍ବରୁ ଅଲୋଚୋନା ସହ ଉଦବେଗ ପ୍ରକାଶ ପାଇଛି। ତେବେ ଏହାକୁ ରୋକିବାକୁ ହେଲେ କେବଳ କାଗଜ କଲମରେ ସିମୀତ ରହିଲେ ହେବ ନାହିଁ। ଏ ନେଇ ଶ୍ରୀ ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ପଦକ୍ଷେପ ନିଆଯିବ ଉଚିତ୍। ରାଜ୍ୟ ସରକାର ଇସ୍କନ ଅନୁଷ୍ଠାନ କୁ ଏ ନେଇ ଅବଗତ କରିବା ଉଚିତ୍। ତେବେ ଗତ 2020 ରେ କରୋନାରେ କେତେବେଳେ ମହାପ୍ରଭୁଙ୍କ ରଥ ଯାତ୍ରା ହୋଇଥଲା ସେତେବେଳେ ବଡଦାଣ୍ଡରେ ଘର ଥିବା ଲୋକ ମାନେ ମଧ୍ୟ ମହାପ୍ରଭୁ ଙ୍କୁ ଦର୍ଶନ କରିନଥିଲେ। ସରକାର୍ଙ୍କ ଗାଇଡ ଲାଇନ୍ କୁ କଡ଼ାକଡ଼ି ପାଳନ କରିଥିଲେ। ତେବେ ଏହା ତ୍ୟାଗ ଓ ଭକ୍ତି ଥିଲା। ତେବେ ଯଦି ଆମେ ମହାପ୍ରଭୁଙ୍କୁ ଭକ୍ତି କରୁଛେ ତେବେ ଅଦିନିଆ ରଥ ଯାତ୍ରା ଅୟୋଜନ ଠିକ ନୁହେଁ। ଏହା ଦ୍ବାରା ଜଣାପଡୁଛି ମହାପ୍ରଭୁଙ୍କ ପ୍ରତି ଇସ୍କନର ଭକ୍ତି ନାହିଁ। ତେବେ ଶ୍ରୀ ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଇସ୍କନକୁ ଏହା ଅବଗତ କରାଇବା ଉଚିତ୍। ସେହିପରି କେଉଁ ତିଥିରେ ମହାପ୍ରଭୁ ଙ୍କ ର କଣ ଓ କିଭଳି ପର୍ବ ପର୍ବାଣୀ ପାଳନ କରିହେବ ପ୍ରଶାସନ ପକ୍ଷରୁ ଏକ ସୂଚନା ଇସ୍କନକୁ ଦିଆଯିବ ଉଚିତ୍।