ଅଦିନିଆ ବର୍ଷାରେ ଉବୁଟୁବୁ ପଞ୍ଚାଯତ ହାଟ

17

Get real time updates directly on you device, subscribe now.

ନରସିଂହପୁର (ସଂଘର୍ଷ ମିଡିଆ) : – ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଉର୍ଣ୍ଣତି କରଣ ଲାଗି ଯୋଜନା ପରେ ଯୋଜନା କରି ବାହା ବାହା ନେଇ ଡିଣ୍ଡିଵ ପିଟୁଥିବା ବେଳେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନରସିଂହପୁର ବ୍ଲକ ଅନ୍ତର୍ଗତ ନିଜ଼ିଗଡ଼ ପଂଚାୟତର ହାଟ ଛକରେ ଅଭନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ସକାଳ 9 ଟା ସମୟରେ ପ୍ରବଳ ବର୍ଷା ରେ ଆଜି ସପ୍ତାହିକ ହାଟରେ ଚାଷୀ ମାନେ ନିଜ଼ ନିଜ଼ର ବାରି ବଗିଚାରେ କରିଥିବା ଫସଲକୁ ଆଣି ଦୁଇ ପଇସାରେ ବିକ୍ରିକରୀ ନିଜ଼ ନିଜ଼ ପେଟ ପୋଷିଥାନ୍ତି । ତା ସହିତ ପରିବାର ମଧ୍ୟ ଚଳାଇ ଥାନ୍ତି ।ସରକାରଙ୍କ ତରଫରୁ ହାଟର ଉର୍ଣ୍ଣତି ଲାଗି ଲକ୍ଷ ଲକ୍ଷ ଟଙ୍କା ଆସି ଖର୍ଚ ହେଉଥିଲେ ମଧ୍ୟ ତାହା ବାଟ ମାରଣା ହେଉଥିବାର ଅଭିଯୋଗ ପୂର୍ବରୁ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।ଯାହା ଫଳରେ କି ଠିକାଦାର ମାନେ ସହଜରେ ଖସି ଯାଉଛନ୍ତି। ଉଚସ୍ତରୀୟ ତଦନ୍ତ କରାଯାଉ ନାହିଁ। ପ୍ରଶାସନ ଓ ଠିକାଦାରୀ ମଧ୍ୟରେ ମଧୁ ଚନ୍ଦ୍ରିକା ଚାଲିଛି ଉଭୟ ଅସତ ଉପାୟରେ ମାଲେ ମାଲେ ହେଉଛନ୍ତି। ହାଟକୁ ଯେଉଁ ଭଳି ଭାବରେ ସାମାନ୍ୟ ଚାଷୀ ଟିଏ ଆସିଲେ ତା ଠାରୁ 25 ଟଙ୍କା ବଟି ଅକାରରରେ ଆଦାୟ କରାଯାଇଥାଏ।କିନ୍ତୁ ବସିବା ପାଇଁ ଜାଗାର ଘୋର ଅଭାବ ରହିଛି ।ସେମାନଙ୍କ ପାଇଁ ଖରା ହେଉ ବର୍ଷା ହେଉ ରହିବା ପାଇଁ ସୁବିଧା କରା ଯାଉ ନାହିଁ। ସାମାନ୍ୟ ବର୍ଷାରେ ହାଟ ରେ ଚାଷୀଙ୍କର ପରିବା କିଭଳି ଭାବରେ ପାଣିରେ ଭାସୁଛି ।ଓ ଛୋଟ ଛୋଟ ସ୍କୁଲ ପିଲା ଘରକୁ ଯିବା ସମୟରେ ଆଣ୍ଠୁଏ ପାଣିରେ ଯିବା ଆସିବା କରିବା ଏହା କେତେ ବିପଦ ଜନକ ତାହା ସ୍ପଷ୍ଟ ବାରି ହୋଇ ପଡୁଛି । ଜନସାଧାରଣଙ୍କ ପାଇଁ ପିଇବା ପାଇଁ ପାଣିର ସୁବିଧା ମଧ୍ୟ କରାଯାଇ ନାହିଁ। ସ୍ୱଚ୍ଛ ପାନୀୟ ଜଳ ପାଇଁ ଲକ୍ଷ ଲକ୍ଷ ଟଙ୍କାର ମେସିନୀ ବସିଥିଲେ ମଧ୍ୟ ତା ଭିତରୁ କେହି ଦୁର୍ବୁର୍ତ ମାନେ ମେସିନୀ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଏହି ସ୍ୱଚ୍ଛ ପାନୀୟ ଜଳଟି ଅକ୍ଷତ ଅବସ୍ଥାରେ ପଡି ଥିଲେ ସୁଦ୍ଧା ସରପଂଚ ଏହାକୁ ଅଣଦେଖା କରିଥିବାର ଅଭିଯୋଗ ହୋଇଛି ।ନରସିଂହପୁରହାଟ ଅଛି ସତ କିନ୍ତୁ ବେପାରୀ ବସିବା ପାଇଁ ଜାଗାର ଘୋର ଅଭାବ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଉର୍ଣ୍ଣତି କରଣ ଲାଗି ଯୋଜନା ପରେ ଯୋଜନା କରି ବାହା ବାହା ନେଇ ଡିଣ୍ଡିଵ ପିଟୁଥିବା ବେଳେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନରସିଂହପୁର ବ୍ଲକ ଅନ୍ତର୍ଗତ ନିଜ଼ିଗଡ଼ ପଂଚାୟତ ର ହାଟ ଛକ ରେ ଅଭନୀୟ ଦୁର୍ଶ୍ୱ ଦେଖିବାକୁ ମିଳିଛି। ତେବେ ସକାଳ 9 ଟା ସମୟରେ ପ୍ରବଳ ବର୍ଷା ରେ ଆଜି ସପ୍ତାହିକ ହାଟରେ ଚାଷୀ ମାନେ ନିଜ଼ ନିଜ଼ର ବାରି ବଗିଚାରେ କରିଥିବା ଫସଲକୁ ଆଣି ଦୁଇ ପଇସାରେ ବିକ୍ରିକରୀ ନିଜ଼ ନିଜ଼ ପେଟ ପୋଷିଥାନ୍ତି । ତା ସହିତ ପରିବାର ମଧ୍ୟ ଚଳାଇ ଥାନ୍ତି ।ସରକାରଙ୍କ ତରଫରୁ ହାଟର ଉର୍ଣ୍ଣତି ଲାଗି ଲକ୍ଷ ଲକ୍ଷ ଟଙ୍କା ଆସି ଖର୍ଚ ହେଉଥିଲେ ମଧ୍ୟ ତାହା ବାଟ ମାରଣା ହେଉଥିବାର ଅଭିଯୋଗ ପୂର୍ବରୁ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।ଯାହା ଫଳରେ କି ଠିକାଦାର ମାନେ ସହଜରେ ଖସି ଯାଉଛନ୍ତି। ଉଚସ୍ତରୀୟ ତଦନ୍ତ କରାଯାଉ ନାହିଁ। ପ୍ରଶାସନ ଓ ଠିକାଦାରୀ ମଧ୍ୟରେ ମଧୁ ଚନ୍ଦ୍ରିକା ଚାଲିଛି ଉଭୟ ଅସତ ଉପାୟରେ ମାଲେ ମାଲେ ହେଉଛନ୍ତି। ହାଟକୁ ଯେଉଁ ଭଳି ଭାବରେ ସାମାନ୍ୟ ଚାଷୀ ଟିଏ ଆସିଲେ ତା ଠାରୁ 25 ଟଙ୍କା ବଟି ଅକାରରରେ ଆଦାୟ କରାଯାଇଥାଏ।କିନ୍ତୁ ବସିବା ପାଇଁ ଜାଗାର ଘୋର ଅଭାବ ରହିଛି ।ସେମାନଙ୍କ ପାଇଁ ଖରା ହେଉ ବର୍ଷା ହେଉ ରହିବା ପାଇଁ ସୁବିଧା କରା ଯାଉ ନାହିଁ। ସାମାନ୍ୟ ବର୍ଷାରେ ହାଟ ରେ ଚାଷୀଙ୍କର ପରିବା କିଭଳି ଭାବରେ ପାଣିରେ ଭାସୁଛି ।ଓ ଛୋଟ ଛୋଟ ସ୍କୁଲ ପିଲା ଘରକୁ ଯିବା ସମୟରେ ଆଣ୍ଠୁଏ ପାଣିରେ ଯିବା ଆସିବା କରିବା ଏହା କେତେ ବିପଦ ଜନକ ତାହା ସ୍ପଷ୍ଟ ବାରି ହୋଇ ପଡୁଛି । ଜନସାଧାରଣଙ୍କ ପାଇଁ ପିଇବା ପାଇଁ ପାଣିର ସୁବିଧା ମଧ୍ୟ କରାଯାଇ ନାହିଁ। ସ୍ୱଚ୍ଛ ପାନୀୟ ଜଳ ପାଇଁ ଲକ୍ଷ ଲକ୍ଷ ଟଙ୍କାର ମେସିନୀ ବସିଥିଲେ ମଧ୍ୟ ତା ଭିତରୁ କେହି ଦୁର୍ବୁର୍ତ ମାନେ ମେସିନୀ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଏହି ସ୍ୱଚ୍ଛ ପାନୀୟ ଜଳଟି ଅକ୍ଷତ ଅବସ୍ଥାରେ ପଡି ଥିଲେ ସୁଦ୍ଧା ସରପଂଚ ଏହାକୁ ଅଣଦେଖା କରିଥିବାର ଅଭିଯୋଗ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More