ଅଣ ସେବାୟତ ରଥ ଉପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସ୍ପର୍ଶ କରି ଫଟୋ ଉଠାଇ ସୋସିଆଲ ମିଡିଆରେ କଲେ ଭାଇରାଲ

16

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରାରେ ନେଇ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏହି ବିବାଦ ଥମି ନଥିବା ବେଳେ ପୁଣି ଆଉ ଏକ ବିବାଦ ସୃଷ୍ଟି ହୋଇଛି। ବିଭିନ୍ନ ସୋସିଆଲ ମିଡିଆରେ କିଛି ଅଣ ସେବାୟତମାନେ ରଥ ଉପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସ୍ପର୍ଶ କରି ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିବା ବେଳେ ଭକ୍ତ ଓ ସେବାୟତ ମହଲରେ ଅସନ୍ତୋଷ ବାଢ଼ିବାରେ ଲାଗିଚି। ରଥଯାତ୍ରାର ବ୍ୟବସ୍ଥାବଳି ଅନୁଯାୟୀ ରଥ ଉପରେ କୌଣସି ଅଣସେବୟତ ଚଢ଼ିବେ ନାହିଁ କି ମହାପ୍ରଭୁଙ୍କୁ ସ୍ପର୍ଶ କରିବେ ନାହିଁ। ଏହା ନେଇ ବିଭିନ୍ନ ବୈଠକରେ ବିଭିନ୍ନ ସେବାୟତ ନିଯୋଗଙ୍କ ସହ ରଥଯାତ୍ରା ଦାୟତ୍ବ ଥିବା କର୍ମଚାରୀମାନଙ୍କୁ ସଚେତନତା କରାଯାଇଥିଲା। କିନ୍ତୁ ଆଜି ସୋସିଆଲ ମିଡିଆରେ ଫଟୋ ପୋଷ୍ଟକୁ ନେଇ ଉଠିଛି ନାନା ପ୍ରଶ୍ନ । ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର କହିଥିଲେ ମହାପ୍ରଭୁଙ୍କ ପହଣ୍ଡି ସମୟରେ କିଛି ସେବାୟତ ବେଶରେ ଅଣ ସେବାୟତମାନେ ଭିତରେ ପ୍ରବେଶ କରିଥିଲେ। ଏହାକୁ ରୋକା ଜାଇ ପାରିନଥିଲା। ସୋସିଆଲ ମିଡ଼ିଆ ରେ ପୋଷ୍ଟ ହୋଇଥିବା ଫୋଟୋରେ ରଥ ଉପରେ ମହାପ୍ରଭୁଙ୍କୁ ସ୍ପର୍ଶ କରୁଥିବା ଜଣେ ଅଣସେବାୟତ ଶ୍ରୀମନ୍ଦିର ପକ୍ଷରୁ ଦିଆଯାଇଥିବା ପାସ ମଧ୍ୟ ପକାଇଛନ୍ତି। ସେଠାରେ ଶ୍ରୀମନ୍ଦିର ଜେଟିପି ପୁଲିସ, ସମସ୍ତ ସେବାୟତ ଥିବାବେଳେ କିଭଳି ଅଅଣ ସେବୟତ ମାନେ ରଥ ଉପରକୁ ପ୍ରବେଶ କରୁଛନ୍ତି ସେ ନେଇ ପ୍ରଶ୍ନ ଉଠିଛି। ତୁରନ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏ ନେଇ ତଦନ୍ତ କରି ନିୟମ ଉଲଘଂନ କରିଥିବା ବ୍ୟକ୍ତି ବିଶେଷ ବିରୋଧ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇ ଭକ୍ତ ମହଲରେ ଦାବୀ ହୋଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More