ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) : – ରାଜ୍ୟ ଅଣ ଅନୁଦାନ ପ୍ରାପ୍ତ ବେସରକାରୀ ଆଧ୍ୟାପକ ଓ କର୍ମଚାରୀ ସଂଘର ସଭାପତି ବିଶ୍ୱ ରଞ୍ଜନ ଦାସ ଙ୍କ ଆହ୍ୱାନ କ୍ରମେ ଆଜି ସୋନପୁର ମହାବିଦ୍ୟାଳୟର ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମାନେ କଲେଜ ଶମ୍ବୁଖରେ ପ୍ରତୀକାତ୍ମକ ଧର୍ମଘଟ କରିଛନ୍ତି l ରାଜ୍ୟରେ 2008 ମସିହା ପରବର୍ତ୍ତୀ ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ସରକାରୀ ମାନ୍ୟତା ଦାବୀ ନେଇ ରାଜଧାନୀ ଭୁବନେଶ୍ୱର ଠାରେ ଆଜକୁ 113 ଦିନ ଧରି ଦିବାରାତ୍ର ଧାରଣା ଅବ୍ୟାହତ ରହିଥିବା ସୂଚନା ମିଳିଛି l ଏହା ସତ୍ୱେ ବି ସରକାର ଙ୍କ ପକ୍ଷରୁ ନିରବତା ଓ ଶିକ୍ଷକ କର୍ମଚାରୀ ମାରଣ ନୀତିକୁ ବିରୋଧ କରି ଆନ୍ଦୋଳନ କୁ ଆହୁରି ବ୍ୟାପକ କରିବା ପାଇଁ ସଜବାଜ ଆରମ୍ଭ ହୋଇଥିବା ଓ ଆଜି ସାରା ରାଜ୍ୟ ରେ ମହାବିଦ୍ୟାଳୟ ସ୍ତରରେ ଏହି ଧର୍ମଘଟ ହେଉଥିବା ଖବର ଏନ ସି ସି ଲେଫ୍ଟନେଣ୍ଟ ଆଶିଷ ଆଗ୍ରୱାଲା ଙ୍କ ଠାରୁ ପ୍ରକାଶ l ଗ୍ରାଣ୍ଡ ଇନ ଏଡ଼ (GIA ) ଦାବିରେ ମହାବିଦ୍ୟାଳୟ ର ଅଣ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ଦାମୋଦର ବାରିକ, ଆଶିଷ କୁମାର ଅଗ୍ରୱାଲl, ବିଥିକା ଦେହୁରୀ, ଚନ୍ଦ୍ରକାନ୍ତି ବିଶ୍ୱାଳ, ନିରୋଜl ଗୁରୁ, ଜ୍ୟୋତିର୍ମୟୀ ଭୋଇ, ବାଙ୍କା ବିହାରୀ ପଣ୍ଡା, ଫକୀର ଜଗଦଲା, ସୁନୀଲ ପଧାନ, ଦିଲ୍ଲୀପ ଦେହୁରୀ, ବାସୁଦେବ ଷlଣ୍ଢ, ରୀନା ତ୍ରିପାଠୀ, ରବୀନ୍ଦ୍ର ବେଜ, ଗଜପତି ସିନ୍ଧି ରିଆ, ପ୍ରମୁଖ ଏହି ଧର୍ମଘଟ ରେ ସାମିଲ ଥିଲେ l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ l