କନ୍ଧମାଳ (ସଂଘର୍ଷ ମିଡିଆ ) : ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ ରାଜ୍ୟର ପ୍ରତ୍ୟେକ ଗ୍ରାମାଞ୍ଚଳରେ କରୋନା ସଂକ୍ରମଣକୁ ମୁକାବିଲା ଏବଂ ଟିକାକରଣ କରୋନା ସଚେତନ ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି । ଏହିଭଳି ପରିସ୍ଥିତିରେ 26/0/6/2021ରିଖ ଶନିବାର କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ଗୁମାମାହା ପଞ୍ଚାୟତ,ବାଡାଜିରି ଗ୍ରାମ ର ଆଶାକର୍ମୀ ଝୁନୁମା ନାୟକ, ଅଙ୍ଗନବାଡି କର୍ମୀ ସୁଜାତା ପ୍ରଧାନ, ଗ୍ରାମ ରେ ସମସ୍ତ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଗାଁର ପ୍ରତ୍ୟେକ ଘର ଘର ବୁଲି କରୋନା ସଂକ୍ରମଣକୁ ନେଇ ଭୟବିତ ନ ହେବା ଏବଂ ମିଥ୍ୟା ଗୁଜବକୁ ବିଶ୍ୱାସ ନକରି ଟିକା ନେବାକୁ ବୁଝେଇ କହିଥିଲେ । ଏବଂ ପ୍ରତ୍ୟେକ ଲୋକଙ୍କୁ ଗୋଟି ଗୋଟି କରି ଜଣକ ପରେ ଜଣକୁ ଜ୍ଵର ଥଣ୍ଡା ଖାସ ଡାଇରିଆ ମ୍ୟାଲେରିଆ ମଧ୍ୟ ପରିକ୍ଷା କରିଥିଲେ ତାସହିତ ସରକାର ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ଦିନ ଘରେ ଘରେ ବୁଲି କୋଡ଼ିଏ ଟି ଘରେ ଭିଜିଟ୍ କରିବା ଏବଂ ତିରିଶି ବର୍ଷ ରୁ ଉର୍ଦ୍ଧ ଲୋକଙ୍କୁ ଅଣ୍ଟା ମାପ ଓଜନ ଇତ୍ୟାଦି କରିଥିଲେ,ହାତ କେମିତି ଧୋଇବା ଦିନକୁ କେତେ ଥର ହାତ ଧୋଇବା ଜନଗହଳି ଠାରୁ ଦୂରରେ ରହିବା ସାମାଜିକ ଦୁରତା ରକ୍ଷା କରିବା,ଏସବୁ କହିଛନ୍ତି,ତାସହିତ ଜ୍ଵର ହେଲେ ତୁରନ୍ତ ସ୍ବାସ୍ଥ୍ୟସେବା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରେଇବା,ଓଆର୍ ଏସ୍ କେମିତି ପାଣିରେ ମିଶାଇ ପିବା ଆବଶ୍ୟକ ଏହି ସବୁ ବିଷୟକୁ ଅତି ସୁନ୍ଦର ଭାବରେ ନିଜ ମାତୃଭାଷା କୁଇ ଏବଂ ଓଡ଼ିଆ ଭାଷାର ସରଳ ଭାବେ ବୁଝେଇ କହିଥିଲେ । ଏହା ଦେଖି ଗାଁ ର ମାଁ ଭଉଣୀମାନେ ଖୁସି ହୋଇ ଆଶା ଅଙ୍ଗନବାଡି ଦିଦିର କଥାମାନି ବେ ବୋଲି କହିଛନ୍ତି ।