ପୁରୀ:(ସଂଘର୍ଷ ମିଡିଆ ) : ଶେଷ ହୋଇଛି ଶ୍ରୀଜୀଉଙ୍କ ସ୍ନାନଯାତ୍ରା । ଶ୍ରୀଜୀଉଙ୍କ ହାତୀବେଶ ପରେ ବିଳମ୍ବିତ ରାତିରେ ମହାପ୍ରଭୁ ଜଗତରନାଥ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କ ସହ ଅଣସର ଘରେ ବିଜେ କରିଛନ୍ତି । ବାହୁଡ଼ା ପହଣ୍ଡି ବେଳେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ରାହୁରେଖା ଏବଂ ରତ୍ନଚିତା ବାହାର କରାଯାଇଛି। ଅନ୍ୟପକ୍ଷରେ ସ୍ନାନ ମଣ୍ଡପରେ ସ୍ନାନ ପରେ ବିଳମ୍ବିତ ରାତିରେ ଜ୍ବରରେ ପୀଡ଼ିତ ହୋଇଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିର ଅଣସର ଘରେ ବିଶ୍ରାମ କରୁଛନ୍ତି ଦାରୁବ୍ରହ୍ମ। ଦଇତାପତିଙ୍କ ଦ୍ବାରା ଗୁପ୍ତସେବା ଆରମ୍ଭ ହୋଇଛି। ସେପଟେ ଆଜିଠାରୁ ଶ୍ରୀମନ୍ଦିରରେ ପୂଜାପାଇଛନ୍ତି ପଟିଦିଅଁ ।