କାନପୁର(ସଂଘର୍ଷ ମିଡିଆ ) : : କାନପୁର ଥାନା ଅଧିନ ଅଢେଇଗୁଣ୍ଡି ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ ବିଳମ୍ବିତ ରାତ୍ରିରେ କେହି ଚାଉଳ ଚୋରି କରିନେଇଥିବା ସନ୍ଦେହ କରିଛନ୍ତି ଅଭିଭାବକ। ସୂଚନାଯୋଗ୍ୟ କି ଗାଁର କିଛି ଯୁବକ ରାତ୍ରି ୧୦ ଟା ସମୟରେ ସ୍କୁଲ ବାଟ ଦେଇ ଯାଉଥିବା ବେଳେ ସ୍କୁଲର ମୁଖ୍ୟ ଫାଟକ ଖୋଲା ଥିବା ନେଇ ସନ୍ଦେହ ସୃଷ୍ଟି କରି ସ୍କୁଲ ଭିତରକୁ ପଶିଥିଲେ। ସ୍କୁଲ ର ଷ୍ଟୋର ରୁମ ନିକଟରେ ସେହି ଅଢ଼େଇଗୁଣ୍ଡି ସ୍କୁଲର ଜଣେ ସହକାରୀ ଶିକ୍ଷକ ବସିଥିବାର ଦେଖିଥିଲେ। ଏବଂ ଚାଉଳ ମଧ୍ୟ ବାଟ ସାରା ପଡିଥିବାର ସେମାନେ ଦେଖିଥିଲେ। ପରବର୍ତ୍ତୀ ସମୟରେ ଗାଁ ରୁ ଆଉ କିଛି ଅଭିଭାବକ ମାନେ ଆସିବା ପରେ ଏତେ ରାତ୍ରିରେ ସାର ଆପଣ ଏଠି କଣ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ହେଲେ ହାଠାତ ସାର ସ୍କୁଟି ନେଇ ପଳେଇଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସକାଳୁ ସ୍କୁଲ ଖୋଲିବା ପରେ ଦାଇତ୍ଵ ରେ ପ୍ରଧାନ ଶିକ୍ଷକଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କେତେ ବଳକା ଚାଉଳ ଅଛି ତାର ତଥ୍ୟ ମଧ୍ୟ ଦେଇ ପାରି ନଥିଲେ।