ଅଡ଼ଶପୁର ହଷ୍ଟେଲରୁ ଛାତ୍ରୀର ଝୁଲନ୍ତା ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

18

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା ଓଲଟପୁର ଥାନା ଅଡ଼ଶପୁର ଠାରେ ଥିବା ଦେବକି ହଷ୍ଟେଲରେ ଜଣେ ଛାତ୍ରୀଙ୍କର ଝୁଲନ୍ତା ମୃତ ଦେହ ଉଧାର ହୋଇଛି । ଛାତ୍ରୀ ଜଣଙ୍କ ସ୍ଥାନୀୟ ଦେବକି ହଷ୍ଟେଲରେ ରହି ଉଦୟନାଥ ମହାବିଦ୍ୟାଳୟ ର ବିଜ୍ଞାନ ର ୩ୟ ବର୍ଷର ଛାତ୍ରୀ ଥିଲେ । ତାଂକ ଘର ଯାଜପୁର କୁଆଖିଆ ଥାନା ବେଦମତି ଗାଁ । ଉଚ୍ଚ ଶିକ୍ଷା ପାଇଁ୨୦୨୦ ମସିହାରେ ଏଠାକୁ ପାଠ ପଢିବାକୁ ଆସିଥିଲେ । ତେବେ ତାଙ୍କ ଝିଅକୁ ହତ୍ୟା କରା ଯାଇଥିବା ଅଭିଯୋଗ ଆଣିଛନ୍ତି ଝିଅର ବଡ ବାପା। ଘଟଣାରେ ଓଲଟ ପୁର ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ସ୍ପଷ୍ଟ ହେବ । କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More