ଅଡ଼ଶପୁର ବଜାରରେ ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ, ୨ ଆହତ

20

Get real time updates directly on you device, subscribe now.

ଫୁଲନଖରା(ସଂଘର୍ଷ ମିଡିଆ) : -ନିଆଳି 60 ନମ୍ବର ରାଜ୍ୟ ରାଜପଥରର ଅଡଶପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ୍ୟୁବରଣ କରିଛନ୍ତି । ମାଲବାହୀ ଟ୍ରକ୍ ଚାପାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ଯ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଅଡଶପୁର ମେଡିକାଲରେ ଭର୍ତି କରାଯାଇଛି। କଟକରୁ ନିଆଳି ଅଭିମୁଖେ ଏକ ବାଇକରେ ତିନି ଜଣ ଯୁବକ ଆସୁଥିବା ସମୟରେ ଅଡଶପୁର ମେଡିକାଲ ଛକ ନିକଟରେ ବାଇକୁ ପଛରୁ ଧକ୍କା ଦେଇଥିଲା ମାଲବାହି ଟ୍ରକ୍। ଫଳରେ ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ ହୋଇଥିବା ବେଳେ ଅନ୍ଯ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁଇ ଗୁରୁତରଙ୍କୁ 108 ଆମ୍ବୁଲାନ୍ସ ଯୋଗେ କଟକ ଡାକ୍ତରଖାନାକୁ ସ୍ଥାନାନ୍ତରିଣ କରାଯାଇଛି। ଦୃର୍ଘଟଣାର ଶିକାର ହୋଇଥିବା ଯୁବକଙ୍କ ଘର ପୁରୀ ଜିଲ୍ଲାର କାକଟପୁର ଅଞ୍ଚଳରେ ବୋଲି ଅନୁମାନ କରାଯାଉଛି।କଟକ ଜିଲ୍ଲା ଗ୍ରାମାଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More