ରାଉରକେଲା (ସଂଘର୍ଷ ମିଡିଆ) : ରାଉରକେଲା ସେକ୍ଟର-୭ ସ୍ଥିତ ଦୁର୍ଗାପୂଜା ପଡ଼ିଆରେ ସୁନ୍ଦରଗଡ ଜିଲ୍ଲା ଆଟୋ ୱାର୍କର୍ସ ଆସୋସିଏଶନର ସଭାପତି ବୈଦ୍ୟନାଥ ଦାଶଙ୍କ ଅଧ୍ୟକ୍ଷତାରେ ଚତୁର୍ଥ ବାର୍ଷିକ ସମ୍ମିଳନୀ ଓ ସଚେତନତା ଶିବିର ରବିବାର ଉଦଘାଟିତ ହୋଯାଇଛି। ଏହି ଅବସରରେ କଟକ ମୁନ୍ସିପାଲ କପୋରେଶନ (ସିଏମସି)ର ମେୟର ସୁବାଷ ସିଂ ମୁଖ୍ୟ ଅତିଥି ଯୋଗ ଦେଇଥିଲେ। ସଡକ ପରିବହନ ଶ୍ରମିକ ମହାସଂଘ ସାଧାରଣ ସମ୍ପାଦକ ପଦ୍ମନ ସାମଲ,ଦୁର୍ଗାଚରଣ ଖୁଣ୍ଟିଆ,ନିହାର ରଞ୍ଜନ ସ୍ବାଇଁ,ସନ୍ତୋଷ କୁମାର ସାହୁ,ଚୈତନ୍ୟ ସାହାଣୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ପରେ ଓଡ଼ିଶା ପରିବହନ ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ସଡକ ପରିବହନ ଶ୍ରମିକ କଲ୍ୟାଣ ବୋର୍ଡର ସୂଚନା ଉପରେ ଅତିଥିଗଣ ମତ ପ୍ରକାଶ କରିଥିଲେ। ଏହି ଯୋଜନା ମାଧ୍ୟମରେ ସମସ୍ତ ପରିବହନ ଶ୍ରମିକ ଭାଇଭଉଣୀ ମାନେ ଉପକୃତ ହେବେବୋଲି ଘୋଷଣା କରାଯାଇଥିଲା ରାଉରକେଲା ଏମଭିଆଇ ଶ୍ରୀ ସାହୁ କହିଥିଲେ। ଆସୋସିଏଶିନର ସାଧାରଣ ସମ୍ପାଦକ ଭୁବନ ବେହେରା ସମ୍ପାଦକୀୟ ବିତରଣ ପାଠ କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ।ସୁନ୍ଦରଗଡ ଜିଲ୍ଲା ପ୍ରତିନିଧି ରାନୁ ମହାପାତ୍ରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।