ଅଜନ୍ତା ସର୍କସ ଉଦଘାଟିତ

18

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : ରାଉରକେଲା/ ଦୀର୍ଘ ବର୍ଷ ପରେ ରାଉରକେଲାର ସେକ୍ଟର ୧୩ ପଡିଆ ଠାରେ ପ୍ରସିଦ୍ଧ ଅଜନ୍ତା ସର୍କସ ଉଦଘାଟିତ ହୋଇଯାଇଛି। ଆରଏସପି ସହର ସେବା ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ଅଜୟ କୁମାର ନାୟକ ଏହାକୁ ଉଦଘାଟନ କରିଥିବା ବେଳେ ସହର ସେବାର ଭାରପ୍ରାପ୍ତ ମହାପ୍ରବନ୍ଧକ ପ୍ରଫୁଲ୍ଲ କୁମାର ଦାସ ମୁଖ୍ୟ ଅତିଥି, ଅନ୍ୟତମ ମହାପ୍ରବନ୍ଧକ ବିଭାବସୁ ମଲ୍ଲିକ ସମ୍ମାନିତ ଅତିଥି,ଭାରପ୍ରାପ୍ତ ମହାପ୍ରବନ୍ଧକ ବିଜୟ କୁମାର ଯୋଯୋ, ବରିଷ୍ଠ ବିଜେଡି ନେତା ଆନନ୍ଦ ଚନ୍ଦ୍ର ମହାନ୍ତି ଓ ବିଜେଡି ନଗର ସଭାପତି ଆର୍ତ୍ତ ମହାରଣା ପ୍ରମୁଖ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ। ଦେଶରେ ଅନ୍ୟତମ ପ୍ରସିଦ୍ଧ ସର୍କସ ଭାବେ ଅଜନ୍ତା ର ସ୍ବତନ୍ତ୍ର ପରିଚୟ ଥିବାରୁ ଏହା ରାଉରକେଲା ବାସୀଙ୍କ ଭରପୁର ମନୋରଞ୍ଜନ କରିବ ବୋଲି ଅତିଥି ମାନେ ଆଶା ବ୍ୟକ୍ତ କରିଥିଲେ। ଆୟୋଜକ ରବି ଉଲ ହକ୍ ଓ ବୈକୁଣ୍ଠ ନାଥ ପାତ୍ର ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଅଜନ୍ତା ସର୍କସ ବିଗତ ୫୦ବର୍ଷ ଧରି ଦେଶର ବିଭିନ୍ନ ସହରରେ ଏହାର ଖେଳ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛି। ଏହି ସର୍କସ ଆଗାମୀ ୪୦ ଦିନ ଧରି ଚାଲିବାକୁ ଥିବା ବେଳେ ଏହା ସହରବାସୀଙ୍କ ମନୋରଞ୍ଜନ କରିବ। ଭାରତର ବିଭିନ୍ନ ରାଜ୍ୟର କଳାକାର ମାନେ ସେମାନଙ୍କ କଳା କୌଶଳ ପ୍ରଦର୍ଶନ କରିବେ। ଶୂନ୍ୟରେ ଦୋଳି ଖେଳ,ଘୋଡା ଓ କୁକୁର ଙ୍କ ଆକର୍ଷଣୀୟ ଖେଳ,ଝିଅ ମାନଙ୍କ ରିଂ ବାଲାନ୍ସ, ଦୁଃସାହସିକ ମଟର ସାଇକେଲ ଖେଳ ବା ମୌତ କା କୁଆ,ପାଣି ଖେଳ, ସାଇକେଲ ଖେଳ, ଚେୟାର ଉପରେ ବାଲାନ୍ସ, ପାଇପ ଉପରେ ପଟା ପକାଇ ବାଲାନ୍ସ ଆଦି ଏହି ସର୍କସର ମୁଖ୍ୟ ଆକର୍ଷଣ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ରିହାତିର ବ୍ୟବସ୍ଥା ରହିଥିବା ବେଳେ ଏହାର ସୁଯୋଗ ନେବାକୁ ମ୍ୟାନେଜର ଶ୍ରୀ ପାତ୍ର ଅନୁରୋଧ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More