ଅଜଣା ରୋଗରେ ପୀଡିତ ରାଜମିସ୍ତ୍ରୀ ରାଜୀବ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

17

Get real time updates directly on you device, subscribe now.

ନରସିଂହପୁର(ସଂଘର୍ଷ ମିଡିଆ) : – ନିଜ ଜୀବନ ବଞ୍ଚାଇବା ପାଇଁ କୋହ ଭରା କଣ୍ଠରେ ସରକାରଙ୍କୁ ଆକୁଳ ନିବେଦନ କରୁଛନ୍ତି ରାଜମିସ୍ତ୍ରୀ ରାଜୀବ । ପେସାରେ ଜଣେ ରାଜମିସ୍ତ୍ରୀ ଯେ ଅନ୍ୟ ପାଇଁ ସୁନ୍ଦର ଘର ଖଣ୍ଡିଏ ଗଢ଼ିତୋଳି ଦେଉଥିଲେ ସେ ଆଜି ନିଜେ ଅଜଣା ରୋଗରେ ଶଯ୍ୟାସାଇ । ରାଜୀବଙ୍କ ପାଖରେ ଯାହା ଟଙ୍କା ସୁନା ଅଳଙ୍କାର ଥିଲା ବିକ୍ରି କରି ଏବେ ବଡ ବଡ଼ ମେଡିକାଲରେ ଖର୍ଚ୍ଚ କରି ବୁଲି ବୁଲି ନିରାଶ ହୋଇ ଥକି ପଡିଲେଣି ରାଜୀବ । ଘରେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ । ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ଚାଳ ଛପର ଘର ଖଣ୍ଡିଏ ରାଜୀବଙ୍କ ପରିବାର ପାଇଁ ଏକମାତ୍ର ସାହା ଭରସା। ପାଠ ପଢିବା ପାଇଁ ଦୁଇ ଝିଅ ମନବଳଅଛି ସବୁ ପରିସ୍ଥିତି ରେ ଟଙ୍କା ସାଜିଛି ବାଧକ। ରାଜୀବ ଙ୍କର ଦୁଇ ଝିଅ ଏବଂ 2 ବର୍ଷର ପୁଅ ଏବଂ ସ୍ତ୍ରୀ ମିନତୀଙ୍କୁ ନେଇ ସୁନ୍ଦର ପରିବାର ଟିଏ ଥିଲା ରାଜୀବ ରାଜମିସ୍ତ୍ରୀ କାମ କରି ଯାହା ଟଙ୍କା ଆଣନ୍ତି ଖୁସିରେ ପରିବାର ଚଳାଇ ଆସୁଥିଲେ । ହଠାତ ରାଜୀବଙ୍କ ଜୀବନରେ ଅଜଣା ରୋଗ କଳାହାଣ୍ଡିଆ ମେଘ ପରି ଘୋଟି ଆସିଲା । ଏବେ ରାଜୀବ ଙ୍କ ସ୍ତ୍ରୀ ମିନତୀ ଦୁଇ ଝିଅ ଏବଂ ତାଙ୍କ ପୁଅକୁ ଙ୍କୁ ନେଇ କେମିତି ଚଳିବେ କେମିତି ବଂଚିବେ ଏବେ ଚିନ୍ତାରେ ରାଜୀବଙ୍କ ପରିବାର। ଏବେବି ରାଜୀବଙ୍କ ପରିବାର ଓଳିଏ ଖାଇଲେ ଓଳିଏ ଉପାସ ରେ ରହିବାକୁ ପଡୁଛି ରାଜୀବଙ୍କ ପରିବାରଲୋକଙ୍କୁ ।ରାଜୀବଙ୍କ ପରିବାର ଲୋକଙ୍କ ପାଖରେ ଏବେ ଖାଇବା ପାଇଁ ପାଖରେ ଟଙ୍କାଟିଏ ନାହିଁ କି ନିଜ ପେଟକୁ ଦାନ ଗଣ୍ଡିଏ ଯୋଗାଡ଼ କରିବା ପାଇଁ ରାଜୀବଙ୍କ ପାଖରେ ସାମର୍ଥ୍ୟ ନାହିଁ । ରାଜୀବ ହେଉଛନ୍ତି ପେସାରେ ଜଣେ ରାଜ ମିସ୍ତ୍ରୀ । ହେଲେ ଆଜି ରାଜୀବ ଅଜଣା ରୋଗ ରେ ପୀଡିତ ହୋଇ ରୋଗ ଶଯ୍ୟାରେ। ପାଖରେ ଯଦି କିଛି ଟଙ୍କା ଥାନ୍ତା ଆଜି ଭଲ ହୋଉ ପୁଣି ରାଜମିସ୍ତ୍ରୀ କାମ କରିବାକୁ ବାହାରି ଯାଇଥାନ୍ତେ ରାଜୀବ। ହେଲେ ଟଙ୍କା ରାଜୀବ ଙ୍କ ରୋଗ ପାଇଁ ବାଧକ ସାଜିଛି ଟଙ୍କା । ହଁ ଆଜ୍ଞା ଏଦୃଶ୍ୟ ଟି ହେଉଛି କଟକ ଜିଲ୍ଲା ନରସିଂହପୁର ବ୍ଲକ ଠାରୁ 3କିମି ଦୂରରେ ଅବସ୍ଥିତ ନୂଆପାଟଣା ଗ୍ରାମର 34 ବର୍ଷୀୟ ଯୁବକ “ରାଜୀବ ମେହେଣା”ଙ୍କର ଦୁଃଖ। ଦେହରେ ମାତ୍ର ହାଡ ୨ଖଣ୍ଡ,ନାଁ ନିଜେ ଉଠି ପାରୁଛନ୍ତି,ନାଁ ନିଜେ ବସି ପାରୁଛନ୍ତି। ଏମିତି ଦୁଃଖ ଭଗବାନ ଆଉ କାହାକୁ ନଦିୟନ୍ତୁ ବୋଲି ଏମିତି କୋହ ଭରା କଣ୍ଠରେ କାନ୍ଦି କାନ୍ଦି କହୁଛନ୍ତି ରାଜୀବ । ଯଦି କୌଣସି ମହାନ ସହୃଦୟ ବ୍ୟକ୍ତି ରାଜୀବ ଙ୍କୁ ସାହାଯ୍ୟ କରିବାକୁ ଚାଁହୁଥିଲେSBI Account no -38542564888 ifsc code sbin0012043ବ୍ରାଞ୍ଚ ନରସିଂହପୁର…ଏହି ଆକାଉଣ୍ଟ ନମ୍ବରରେ ସାହାଯ୍ୟ କରିବା ପାଇଁ ଅନୁରୋଧ । ଫୋନ pey no 884780769 କୃଷ୍ଣ ଚନ୍ଦ୍ର ମେହେଣାଙ୍କ ଫୋନ pey ମାଧ୍ୟମରେ ଟଙ୍କା ପଠେଇ ପାରିବେ। ଆପଣଙ୍କ ଗୋଟିଏ ଟଙ୍କା ପାଇଁ କାହାର ଜୀବନ ବଞ୍ଚିଯାଇ ପାରେ । ହଁ ଆଜ୍ଞା ଏ ଦୃଶ୍ୟ ପ୍ରସାରଣ ପରେ ସରକାରୀ ବାବୁ ମାନଙ୍କର କେବେ ନିଦ ଭାଙ୍ଗୁଛି ଏବଂ ରାଜୀବ ମେହେଣାଙ୍କୁ କେବେ ସମସ୍ତ ସରକାରୀ ସେବା ଯୋଗାଇ ଦିଆଯାଉଛି ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More