ନବରଙ୍ଗପୁର(ସଂଘର୍ଷ ମିଡିଆ) : – ତିନ ମାସ ହେଇଗଲା ବାବୁ ମୋର ଟୋକି ଟାର ଗୋଡ଼ର ଦୁକା ସୁକା ଲାଗି ହରବର ହୋଇଗଲାନି | ହିଣ୍ଡା ବୁଲା ହେବାକେ ନାଇଁ ପାରଲାନି | ସବୁବେଲେ ଦିନ ରାତି ତାର ଗୋଡ଼ ଜଲାପଡା ଆକା ହେଲାନି | ଇସକୁଲ୍ ଯିବାକେ ମିଶା ନା ପାରଲାନି ଆମେ କାଏଟା କରବୁ ବାବୁ ଗରିବ ଲୋକ ଆମର ଲଗେ ଡାବୁ ପତର ମିସା ନିଆୟ , ତାକେ ଭଲ କରବା କାଜେ | ଯେତକ ଡାବୁ ରେଲା ସବୁ ସାରାଇଲୁ ହେଲେ ମିଶା କିଛି କାମ ନା ଦେଲା | କାୟ କରବୁ ବାବୁ ଲୋକର ଝି ବେଟିକେ ଇସ୍କୁଲ ଯିବାଟା ଦେକିଦେଲେ ମୋର ଜୀବନ ଗୁରମୁରି ଗଲାନି | ମୋର ଟୋକି ମିସା ଭଲ ରେଲେ ହେନ୍ତି ଇସ୍କୁଲ ଜାୟତା | ମୋର ଟୋକି ମିସା ପାଠ ପଡି ଦୁଇ ଅକ୍ଷର ସିକତା,ବଡ଼ ଲୋକ ହେତା | ଏହିଭଳି ଆଦିବାସୀ ଭାଷାରେ କୋହଭରା କଣ୍ଠରେ ଗୁଣୁ ଗୁଣୁ କରି ନିଜର ଦୁଃଖକୁ ପ୍ରକାଶ କରୁଥାନ୍ତି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତ ଅନ୍ତର୍ଗତ ଜବାଗୁଡା ଗ୍ରାମର ଯଶୋଦା ଭତରା | ଯଶୋଦା ଝିଅ ମନମତି ଭତରା ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ |ଗତ ତିନିମାସ ଠାରୁ ଅଜଣା ରୋଗରେ ପଡି ଯନ୍ତ୍ରଣାରେ ଶଯ୍ୟାଶାୟୀ ହୋଇ ପଡିଛନ୍ତି | ମନମତି ର ଦୁଇ ଗୋଡ଼ ଗୋଟେ ପ୍ରକାର ଅକ୍ଷମ ହୋଇଯାଇଛି | ମନମତି ନା ଚାଲି ପାରୁଛି ନା ସ୍କୁଲ ଯାଇପାରୁଛି | ରାତି ଦିନ କେବଳ ଯନ୍ତ୍ରଣା ରେ ଆଉଟୁ ପାଉଟୁ ହେଉଛନ୍ତି | ପରିବାର ଲୋକେ ମନମତି ର ଚିକିତ୍ସା ପାଇଁ ହସ୍ପିଟାଲ ନେଇଥିଲେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ ବସ୍ଥାରେ କୌଣସି ସୁଧାର ଆସୁନି | ମନମତି ର ବାପା ଲକି ଭତରା ଜଣେ ଦିନ ମଜୁରିଆ , କାମ କରି ପରିବାର ପ୍ରତିପୋଷଣ କରନ୍ତି | ଘରେ ତାଙ୍କର ତିନି ଝିଅ ଓ ସ୍ତ୍ରୀ ଙ୍କୁ ପ୍ରତିପୋଷଣ କରିବାରେ ରୋଜଗାରର ସବୁ ଅର୍ଥ ଖର୍ଚ୍ଚ ହେଉଛି | ଝିଅର ଚିକିତ୍ସା ଅଭାବ ପାଇଁ ଟଙ୍କା ଅଭାବ ଯୋଗୁଁ ଚିକିତ୍ସା କରାଇ ପାରୁନଥିବା କଥା ମନମତି ର ବାପା କୋହଭରା ସ୍ୱର ରେ କହୁଥାନ୍ତି | ଆଗକୁ ଝିଅର ପାଠ ପଢା ଓ ଉଜ୍ଜଳ ଭବିଷ୍ୟତ କଥା ଚିନ୍ତା କରି ମନମତିଙ୍କ ବାପା ଏବଂ ମାଆ କୋହଭରା କଣ୍ଠରେ ନିଜର ଦୁଃଖ ପ୍ରକାଶ କରୁଥାନ୍ତି |ଏ ଦିଗରେ ଜିଲ୍ଲା ପ୍ରଶାସନ ହେଉ କିମ୍ବା କୌଣସି ସ୍ବେଛାସେବୀ ଅନୁଷ୍ଠାନ ହେଉ କିମ୍ବା ସମାଜସେବୀ ଏହି ପରିବାର ଉପରେ ଦୃଷ୍ଟି ଆକର୍ଷଣ କରିବାକୁ ପରିବାର ଏବଂ ଗ୍ରାମବାସୀ ନିବେଦନ କରିଛନ୍ତି | କୌଣସି ପ୍ରକାରେ ଝିଅକୁ ଭଲ କରି ପାଠ ପଢାଇ ଗୋଟେ ଭଲ ମଣିଷ କରିବାକୁ ଚାହିଁ ବସିଛନ୍ତି ମନମତି ର ମାଆ , କିନ୍ତୁ ଅର୍ଥ ଅଭାବ ଝିଅର ପାଠ ପଢ଼ାରେ ଡୋରି ବାନ୍ଧି ହୋଇଯାଇଛି |ଏଣୁ ଜିଲ୍ଲା ପ୍ରଶାସନ,ସ୍ଵେଛାସେବୀ ଅନୁଷ୍ଟାନ,ସମାଜ ସେବୀଙ୍କୁ ସାହାଜ୍ୟର ହାତ ପତାଇଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।