ଅଜଣା ପୋକ କାମୁଡ଼ାର ଶିକାର ହୋଇ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଲେ ଯୁବକ

53

Get real time updates directly on you device, subscribe now.

ପୁରୀ(ସନହର୍ଷ ମିଡିଆ) – ଅଜଣା ପୋକ କାମୁଡ଼ାର ଶିକାର ହୋଇ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଲେ ଯୁବକ। ପୋକ କାମୁଡ଼ାର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ସୁନ୍ଦରଗଡ଼ର ଅମନ୍ ଦେହେରି। ଅଜଣା ପୋକଟି ଅମନ୍ ଙ୍କ ନାଭିକୁ କାମୁଡ଼ି ଦେଇଥିବାରୁ ଏକ ବୋତଲରେ ପୋକଟିକୁ ସାଙ୍ଗରେ ଆଣି ହସ୍ପିଟାଲ ଆସିଛନ୍ତି। ତେବେ ଏହି ଅଜଣା ପୋକ କାମୁଡିବା ପରେ ତାଙ୍କୁ ପ୍ରଥମେ ଜ୍ବର ଆସିଥିଲା ଓ ପରେ ସେ ବେହୋସ୍ ମଧ୍ୟ ହୋଇଯାଇଥିଲେ। ସେ ପୁରୀ ବୁଲିବାକୁ ଆସିଥିବା ବେଳେ ଦେହ ଖରାପ୍ ହେବାରୁ ସାଙ୍ଗମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ଚିକିତ୍ସା ପରେ ଅମନ୍ ଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। ତେବେ ଅମନ୍ ଙ୍କ ରକ୍ତ ପରୀକ୍ଷା ପାଇଁ ନିଆଯାଇଛି। ଆସନ୍ତାକାଲି ଏହାର ରିପୋର୍ଟ୍ ଆସିବା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି। ଅମନ୍ ଙ୍କ ଭାଇଙ୍କ କହିବାନୁଯାୟୀ ସେମାନେ ସାଙ୍ଗ ହୋଇ ବରଗଡ଼ରୁ ପୁରୀ ଆସିଥିଲେ। ଏକ ରୁମ୍ ରେ ଥିବା ସମୟରେ ପୋକଟି ଅମନ୍ ଙ୍କ ନାଭିକୁ କାମୁଡ଼ି ଦେଇଥିଲା। ସେହି ସମୟରେ ଏକ ବୋତଲ ଭିତରେ ପୋକଟିକୁ ରଖି ଦେଇଥିଲେ ଅମନ୍। ପୁରୀ ବୁଲିବାକୁ ଆସିଥିବା ବେଳେ ଅମନ୍ ର ଦେହ ଖରାପ୍ ହେବାରୁ ଚିକିତ୍ସା ପାଇଁ ତାଙ୍କ ଭାଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More