ଅଜଣା ଗାଡି ଧକ୍କାରେ ୨ ଗୋରୁ ସହ ଜଣେ ବ୍ୟକ୍ତି ମୃତ

11

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ ) : – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଦେଇ ଯାଇଥିବା ୨୬ନମ୍ବର ଜାତୀୟ ରାଜପଥର ଟସର ବାଡ଼ ନିକଟରେ ଏକ ଅଜଣା ଗାଡି ଧକ୍କାରେ ୨ ଗୋରୁ ସହ ଜଣେ ଗୋରୁ ଚରାଳିଙ୍କ ମୃତ୍ୟୁ ହୋଇଛି | ମୃତକ ଜଣକ ବଡ଼ କୁମୁଲି ପଞ୍ଚାୟତ ଉର୍ଦି ଗ୍ରାମର କେଶବ ହରିଜନ ବୋଲି ଜଣାପଡିଛି | ଖବର ପାଇ ପାପଡାହାଣ୍ଡି ପୋଲିସ ଥାନା ଅଧିକାରୀ ମୀରା ନାୟକ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି | ସୂଚନା ମୁତାବକ ଡାବୁଗାଁ ସାପ୍ତାହିକ ହାଟରୁ ଗୋରୁ ପଲ ନେଇ କେଶବ ପାପଡାହାଣ୍ଡିରୁ ନବରଙ୍ଗପୁର ଆଡକୁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି |ରାଜ୍ୟ ରାଜପଥ -୩୯ ଉପରେ ଦୈନିକ ହଜାର ହଜାର ସଙ୍ଖ୍ୟାରେ ଅବାଧରେ ନିର୍ଭୟରେ ଥାନା ଆଗରେ ଗୋରୁ ଚାଲାଣ କାରି ମାନେ ନିରିହ କୁଲି ମଜୁରି କରୁଥିବା ଲୋକଙ୍କ ଦ୍ଵାରା ଗୋରୁ ଚାଲାଣ କରୁ ଥିବାରୁ ଏପରି ଦୁର୍ଘଟଣାର ଶିକାର ହୋଇ ମ୍ରୁତ୍ୟୁ ମୁଖରେ ପଡୁଛନ୍ତି । ହେଲେ ଜିଲ୍ଲାପ୍ରଶାସନ କି ବ୍ଲକ ପ୍ରଶାସନର ନିଘା ନାହିଁ। ଜଦି ଜିଲ୍ଲା ପ୍ରଶାସନ ଦ୍ଵାରା କି ବ୍ଲକ ପ୍ରଶସନ ଦ୍ଵାରା ଗୋ ଚାଲାଣ ବନ୍ଦ କରାଯାଆନ୍ତା,ତେବେ ହିନ୍ଦୁ ମାନଙ୍କ ପୁଜ୍ୟ ଗୋ ସମ୍ପଦ ସୁରକ୍ଷା ସହ ଦୁର୍ଘଟଣାରୁ ରକ୍ଷା ପାଇ ପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More