ଅଜଣା ଗାଡି ଧକ୍କାରେ ଯୁବକ ମୃତ

36

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଚାଟିଗୁଡା ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ୪୦ ବର୍ଷର ଯୁବକର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟଯେ ଡାବୁଗାଁ – ଉମରକୋଟ ରାଜ୍ୟ ରାଜପଥ-୩୯ ଉପରେ ଶୁକ୍ରବାର ପ୍ରାୟ ରାତି ୧୨ ଘ॰ ସମୟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଆହତ ହୋଇ ରାସ୍ତା କଡରେ ପଡିଥିବା ସେହି ରାସ୍ତାରେ ଯାଉଥିବା କିଛି ପଥଚାରୀ ଦେଖିଥିଲେ । ସେମାନେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଆସି ଆହତ ଯୁବକଙ୍କୁ ନେଇ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ଶନିବାର ଚିକିତ୍ସାଧୀନ ଅବସ୍ଥାରେ ଆହତ ଯୁବକଙ୍କର ମୃତ୍ୟୁ ଘଟିଥିଲା । ଶନିବାର ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଡାବୁଗାଁ ଥାନାକୁ ସୂଚନା ଦିଆଯାଇଥିଲା । ଖବରପାଇ ଡାବୁଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି । ମୃତ ଯୁବକଙ୍କର ବୟସ-୪୦ ହେବ କିନ୍ତୁ ପରିଚୟ ମିଳିନାହିଁ । ଏନେଇ ଡାବୁଗାଁ ଥାନା କେସ ନଂ ୧୧୬/୨୧ ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଥିବା ଆଇଆଇସି ସୁରେନ୍ଦ୍ର କୁମାର ବେଉରିଆ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More