ପୁରୀ ( ସଂଘର୍ଷ ମିଡିଆ ) : ପୁରୀ ଚନ୍ଦନପୁର ବଳଭଦ୍ର ପୁର ପଂଚାୟତ ପୋଡ଼ କେରା ଗ୍ରାମରୁ ଏକ ଅଜଗର ସାପ ଉଦ୍ଧାର କରାଯାଇଛି । ଏହାର ଲମ୍ବ ୧୨.୫ ଫୁଟ ଏବଂ ଓଜନ ୧୬ କେଜି ରହିଛି। ସ୍ନେକ ହେଲ୍ପ ଲାଇନ ସଦସ୍ୟ ଗ୍ରାମବାସୀଙ୍କ ସହାୟତା ରେ ଏହି ବଡ଼ ଅଜଗର ସାପ ଟିକୁ ଉଧାର କରି ପୁରୀ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଛି। ଆଜି ଅଜଗର ସାପ ଟିକୁ ଗ୍ରାମ ପଖରେ ଦେଖି ସ୍ତାନୀୟ ଲୋକ ଭୟଭୀତ ହୋଇ ପଡ଼ିଥିଲେ। ପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଙ୍କୁ ଫୋନ କରି ସାପ ଟିକୁ ଉଦ୍ଧାର କରିଛନ୍ତି। ପୁରୀରୁ ଶଙ୍କର ସରକାରଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍।