ଅଚ୍ୟୁତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଅନୁଷ୍ଠିତ ,ବ୍ଲାକ ଡାଇମଣ୍ଡ ଚମ୍ପିଯାନ

37

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ପୌର ପରିଷଦ ଅନ୍ତର୍ଗତ ସୁଜଙ୍ଗ ଠାରେ ନିୟୁ ଜେନେରେସନ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଅଚ୍ୟୁତ ମେମୋରିଆଲ ରାତ୍ର କାଳୀନ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଯାପିତ ହୋଇଯାଇଛି l ଶେଷ ଦିବସ ର ମ୍ୟାଚ ଟି ଜଗତସିଂହପୁର ବ୍ଲାକ ଡାଇମଣ୍ଡ ଟିମ ସହିତ କଣ୍ଟାବଲ୍ଲଭପୁର ଜଗନ୍ନାଥ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଟଚ ଜିତି ବ୍ଲାକ ଡାଇମଣ୍ଡ 8 ଓଭର ରେ 7 ଉଇକେଟ ହରାଇ 32 ରନ ସଂଗ୍ରହ କରିଥିଲା l ଏହାକୁ ପିଛା କରି ଜଗନ୍ନାଥ କ୍ଲବ 6 ଓଭରରେ 9 ଉଇକେଟ ହରାଇ 26 ରନ କରି ପରାଜିତ ହୋଇଥିଲା l ଏହି ମ୍ୟାଚ ରେ ଜଗନ୍ନାଥ କ୍ଲବର ରାଜା ବେଷ୍ଟ ଅଫ ଟୁର୍ଣ୍ଣlମେଣ୍ଟ ଭାବରେ ଏବଂ ବ୍ଲାକ ଡାଇମଣ୍ଡ ଟିମର ଅର୍ଜୁନ ବେଷ୍ଟ ବୋଲର, ମୁନା ବେଷ୍ଟ ବ୍ୟାଟ୍ସ ମ୍ୟାନ ଭାବରେ ଯୋଗ୍ୟ ବିବେଚିତ ହୋଇଥିଲେ l ଏହି ମ୍ୟାଚଟିକୁ କୃଷ୍ଣ ଚନ୍ଦ୍ର ସେଠି ଓ ସୁରେଶ ଦାସ ପରିଚାଳନା କରିଥିଲେ l ଅନ୍ତିମ ଦିବସରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଯୋଗଦେଇ ଚାମ୍ପିୟାନ ଦଳକୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ ।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More