ଅଙ୍ଗନୱାଡି ଲେଡିଜ ୱାର୍କରସ୍ ଆସୋସିଏସନର ବାମନଘାଟୀ ଓ ପାଂଚପୀଢ ଉପଖଣ୍ଡରେ ବିଶାଳ ଶୋଭାଯାତ୍ରା

18

Get real time updates directly on you device, subscribe now.

ରାଇରଙ୍ଗପୁର (ସଂଘର୍ଷ ମିଡିଆ) : – ବାମନଘାଟୀ ଓ ପାଂଚପୀଢ ଉପଖଣ୍ଡସ୍ତରୀୟ ଭାରତୀୟ ମଜୁଦୁର ସଙ୍ଘ ସହ ଓଲ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କରସ୍ ଆସେସିଏସ୍ ପକ୍ଷରୁ ବାମନଘାଟୀ ଉପଜିଲ୍ଲାପାଳ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ବିଶାଳ ଶୋଭାଯାତ୍ରା ରେ ବାହାରି ଦୁର୍ଗାମଣ୍ଡପ ଦେଇ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସାମନାରେ ପ୍ରତିବାଦ କରିଥିଲେ ାସେମାନଙ୍କର ଦାବୀଗୁଡିକ ମଧ୍ୟରେ ୨୦୧୮ ଆନ୍ଦୋଳନରେ ବହିଷ୍କାର ହୋଇଥିବା ୬ଜଣ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି ଦିଆଯାଉ ,ଅଙ୍ଗନୱାଡିକର୍ମୀମାନଙ୍କୁ ସରକାରୀ କର୍ମୀ ଘୋଷଣା କରି ସେମାନଙ୍କୁ ୧୮ ହଜାର ଏବଂ ସହାୟିକାଙ୍କୁ ୯ ହଜାର ବେତନ ପ୍ରଦାନ କରାଯାଉ,ଏହା ସହ ସେମାନଙ୍କର ଇ ପି ଏଫ୍,ଇ ଏସ୍ ଆଇ ସି ଏବଂ ଗ୍ରାଚୁଇଟି ଲାଗୁ କରାଯାଉ,ମିନି ଅଙ୍ଗନୱାଡିକର୍ମୀଙ୍କୁ ମୁଖ୍ୟ ଅଙ୍ଗନୱାଡିକର୍ମୀ ଭାବେ ଘୋଷଣା କରାଯାଉ, ଅଙ୍ଗନୱାଡିକର୍ମୀ ,ମିନି ଅଙ୍ଗନୱାଡିକର୍ମୀ ଓ ସହାୟିକା ଅବସରକାଳୀନ ସହାୟତା ପାଞ୍ଚ ଲକ୍ଷ ଟଙ୍କା ଓ ପେନସନ ମାସିକ ପାଞ୍ଚ ହଜାର ଟଙ୍କା ପ୍ରଦାନ କରାଯାଉ, କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କଲେ ସେମାନଙ୍କୁ 5ଲକ୍ଷ ଟଙ୍କା ସହାୟତା ଦେବା ସହିତ ପରିବାରର ଜଣକୁ ଚାକିରି ଦିଆଯାଉ ୬ଟି ଗାଁ କଲ୍ୟାଣ ସମିତିରୁ ସେମାନଙ୍କୁ ବାଦ ଦିଆଯାଉ ଓ ପୋଷଣ ଟ୍ରାକରରେ ଅନଲାଇନ ଲୋକେଶନକୁ ବନ୍ଦ କରାଯିବା ସହିତ ୨୦୧୮ରେ ଘୋଷଣା କରାଯାଇଥିବା ଗ୍ରୀଷ୍ମ ଅବକାଶ ଲାଗୁ କରାଯାଉ, ନୂତନ ଶିକ୍ଷାନୀତି ଅନୁଯାୟୀ ଯୋଗ୍ୟତା ଓ ଅନୁଭୂତି ଅନୁଯାୟୀ ସେମାନଙ୍କୁ ପ୍ରି ପ୍ରାଇମେରୀ ଶିକ୍ଷୟତ୍ରୀ ଭାବେ ମାନ୍ୟତା ଦିଆଯାଉ ଓ ସେମାନଙ୍କୁ ପଦୋନ୍ନତି କରାଯାଇ ସ୍ନାତକ ଓ ତଦୁର୍ଦ୍ଧ ଥିବା କର୍ମୀମାନଙ୍କୁ ସୁପରଭାଇଜର ପଦବୀରେ ନିଯୁକ୍ତି ଦିଆଯାଉ । ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ଜିଲ୍ଲା ସଭାନେତ୍ରୀ ଶଶିକଳା ପଲେଇ,ରାଜ୍ୟ ବରିଷ୍ଠ ନେତା ନିଗମାନନ୍ଦ ପଟ୍ଟନାୟକ ଅତିଥି ପରିଚୟ ଓ ବକ୍ତବ୍ୟ ଦେଇଥିବା ବେଳେ ମୁଖ୍ୟ ଅତିଥି ରାଷ୍ଟ୍ରୟ ସଂଗଠନ ସଂପାଦିକା ଅଂଜଳି ପଟେଲ ,ମୁଖ୍ୟବକ୍ତା ରାଜ୍ୟ ସଭାନେତ୍ରୀ ସୁମୀତା ମହାପାତ୍ର,ସମ୍ମାନିତ ଅତିିଥି ରାଜ୍ୟ ସଂପାଦକ ଭାରତୀୟ ମଜଦୁର ସଂଘ ଡାକ୍ତର ମହାନ୍ତ,ବି ଏସ୍ ଏସ୍ ଜିଲ୍ଲା ସଭାନେତ୍ରୀ ସରସ୍ବତୀ ଟୁଡୁ,ବି ଏସ୍ ଏସ୍ ଜିଲ୍ଲା ସଂପାଦକ ବୋଧି ରଜତ ମହାନ୍ତ,ଜିଲ୍ଲା ଉପଦେଷ୍ଟା ସାରଥୀ ମହାନ୍ତ ତଥା ମନୋରମା ବେହେରା,ନିର୍ମଳା ପ୍ରଧାନ,ରେବତୀ ବେହେରା,ଲାଖିଆ ଟୁଡୁ, ରଂଜିତା ଲେଙ୍କା ଓ ବୈଜନ୍ତୀ ମହାନ୍ତ ପ୍ରମୁଖ ଧାରଣାରେ ଅଂଶଗ୍ରହଣ କରିଥିଲେ । ୧୨ଟି ବ୍ଲକରୁ ହଜାର ହଜାର ସଂଖ୍ୟାରେ ଅଙ୍ଗନୱାଡୀକର୍ମୀ ଯୋଗ ଦେଇଥିଲେ । ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More