ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ

16

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର କୁସଙ୍ଗ ପଞ୍ଚାୟତ ଅନ୍ତର୍ଗତ ଭଗାମୁଣ୍ଡା ଗ୍ରାମର ପୁରୁଷ ଓ ମହିଳାମାନେ ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଛନ୍ତି । ଗ୍ରାମବାସୀ ମାନଙ୍କ କହିବା ମୁତାବକ ଦୀର୍ଘ 8 ମାସ ହେବ ଏଠାରେ ପାଚିକା ବୟସ ପାଇଁ ଅବସର ନେଇ ସାରିଛନ୍ତି । ସେଥିପାଇଁ ଗ୍ରାମର ପୁରୁଷ ଓ ମହିଳା ମାନଙ୍କ ଦ୍ୱାରା ନିଜ ଗ୍ରାମର ଜଣେ ସ୍ଥାନୀୟ ମହିଳାଙ୍କୁ ଚୟନ କରିଛନ୍ତି , କିନ୍ତୁ ଏପର୍ଯ୍ୟନ୍ତ ଏହାର ସ୍ଥାୟୀ ନିଯୁକ୍ତି ହୋଇପାରୁନାହିଁ । ଏ ବିଷୟରେ ଜିଲାପାଳଙ୍କ ଜନଶୁଣାଣୀ ଶିବିରରେ ଗ୍ରାମର ଅଭିଭାବକଙ୍କ ଦ୍ୱରା ବାରମ୍ବାର ଜିଲ୍ଲାପାଳ ଓ ହରଭଙ୍ଗା CDPO ଙ୍କୁ ଅଭିଯୋଗ କଲାପରେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ ।ଗାଁ ଲୋକଙ୍କ କହିବା ମୁତାବକ ହରଭଙ୍ଗା CDPO ମାଡାମ ବୋଧ ହୁଏ ଅନ୍ୟ ଜଣକୁ ନିଯୁକ୍ତି ଚାହୁଁଛନ୍ତି । ସେଥିପାଇଁ ଗ୍ରାମର ମହିଳା ଓ ପୁରୁଷମାନେ ବାଧ୍ୟ ହୋଇ ନିଜଗ୍ରାମର ଅଙ୍ଗନlବାଡି କେନ୍ଦ୍ରରେ ତାଲା ପକାଇଛନ୍ତି। । ଯଦି ଏହି ଅଭିଯୋଗର ସମାଧାନ ନହୁଏ ଅନିର୍ଦ୍ଧିଷ୍ଟ ସମୟ ପଯ୍ୟନ୍ତ ଅଙ୍ଗନୱାଡ଼ି କେନ୍ଦ୍ରକୁ ବନ୍ଦ ରଖିବାପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି । ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More