ଅଙ୍ଗନବାଡି କେନ୍ଦ୍ରରେ ପଡିଲା ତାଲା

23

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ବୌଦ୍ଧ ଜିଲ୍ଲା ସଦର ବ୍ଲକ ଶଗଡା ଗ୍ରାମ ପଂଚାୟତ ଭାଲିଆପଦର ଅଙ୍ଗନବାଡି କେନ୍ଦ୍ର ରେ ଅଙ୍ଗନବାଡି କର୍ମୀଙ୍କ ନାମରେ ସଂଗୀନ ଅଭିଯୋଗ l ଗ୍ରାମବାସୀ ମାନେ ଗଣମାଧ୍ୟମ ଆଗରେ ଅଭିଯୋଗ କଲେ ଯେ ଅଣ୍ଡା, ଛତୁଆ, ଡ୍ରେସ୍,ରନ୍ଦା ଖାଦ୍ୟ ଦିଆଯାଉ ନାହିଁ l ଅଭିଯୋଗ ନେଇ ଆମେ ଅଙ୍ଗନବାଡି କର୍ମୀଙ୍କ ପ୍ରତିକ୍ରିୟା ନେଇଥିଲୁ , ହେଲେ ଅଙ୍ଗନବାଡି କର୍ମୀ ସଫା ସଫା ଅଭିଯୋଗ କୁ ଖଣ୍ଡନ କରିଛନ୍ତି l ଏଠି ପ୍ରଶ୍ନ ଉଠୁଛି,ଦିଦି ରନ୍ଧା ଖାଦ୍ୟ ଅକ୍ଟୋବର ମାସ 14 ତାରିଖରୁ କେନ୍ଦ୍ର ରେ ରୋଷେଇ ହଉନି ହେଲେ ରନ୍ଧା ଖାଦ୍ୟ ଆସିଲା କେଉଁଠି ? କଣ ଦିଦି ଘରୁ ରାନ୍ଧି ଦେବାର ନୀତି ନୀୟମ ଅଛି l କଣ ପାଇଁ ରନ୍ଧା ଖାଦ୍ୟ କୁନି କୁନି ପିଲାଙ୍କୁ ଦିଆଯାଉନି ? ରନ୍ଦା ଖାଦ୍ୟ ବଦଳରେ କୁରକୁରି, ବିସ୍କୁଟ , ସିଙ୍ଗଡ଼ା ଇତ୍ୟାଦି ଦିଆଯାଉଛି l ଇଏ କଣ ଶିଶୁ ବିକାଶ ଯୋଜନା ର ନୀତି ନୀୟମ କି ? କୁନି କୁନି ପିଲାଙ୍କ ପ୍ରତି କଣ ପାଇଁ ଏତେ ନିଷ୍ଠୁର ? ଗତକାଲି ଅଭିଭାବକ ମାନଙ୍କ ସହିତ ଗ୍ରାମବାସୀ ଅଙ୍ଗନୱାଡି କେନ୍ଦ୍ରରେ ତାଲା ପକାଇ ଉପରିସ୍ଥ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ କିନ୍ତୁ ଉପରିସ୍ଥ ଅଧିକାରୀ କାଲି ଏହାର ସମାଧାନ କରାଯିବ ବୋଲି କହିଛନ୍ତି l ଦେଖିବାକୁ ବାକି ରହିଲା ଏଇ କୁନି କୁନି ପିଲାଙ୍କ ସମସ୍ୟା ର ସମାଧାନ କେବେ ହେଉଛି lବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More