ଅଗ୍ନି ବିପନ୍ନଙ୍କୁ ପ୍ରଶାସନ ପକ୍ଷରୁ ପାଲ ପ୍ରଦାନ

10

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ତହସିଲ ଅନ୍ତର୍ଗତ ମୋବାରକପୁର ଗ୍ରାମରେ ଗତକାଲି ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ଗ୍ରାମର ବିଜୟ ନାୟକଙ୍କ ଚାଳ ଛପର ଘରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନି କାଣ୍ଡ ଘଟି ପ୍ରାୟ ୬ ରୁ ୮ ବଖରା ଘର ପୋଡ଼ି ଯାଇଥିବା ବେଳେ ଅଗ୍ନି କାଣ୍ଡରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଆସବାପତ୍ର ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସନ୍ଧ୍ୟା ସମୟରେ ପରିବାରର ସମସ୍ତ ସଦସ୍ୟ ଥାଇ ମଧ୍ୟ ନିଆଁକୁ ଆୟତ୍ତ କରିପାରିନଥିଲେ। ଗ୍ରାମବାସୀ ବହୁ ଚେଷ୍ଟା କରି ବିଫଳ ହୋଇଥିଲେ। ଭଣ୍ଡାରି ପୋଖରୀ ଅଗ୍ନିଶମ ବାହିନୀର ଆପ୍ରାଣ ଚେଷ୍ଟା କରି ନିଆଁ କୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ଯୋଗୁ ବିଜୟଙ୍କ ପରିବାର ସର୍ବସାନ୍ତ ହୋଇ ଯାଇଛି। ଆଜି ଭଣ୍ଡାରି ପୋଖରୀ ତହସିଲ ପ୍ରଶାସନ ପକ୍ଷରୁ ଅଗ୍ନି ବିପନ୍ନ ପରିବାରଙ୍କୁ ରହିବା ପାଇଁ ତହସିଲଦାର ସରୋଜକାନ୍ତ ନାୟକ ପାଲ ପ୍ରଦାନ କରିଛନ୍ତି। ଏବଂ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଅନିତା ରାଉତ ପହଞ୍ଚି ଆର୍ଥିକ ସହାୟତା ସହିତ ବସ୍ତ୍ର ଓ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି। ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More