ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ଆସନ୍ତା ଅଗଷ୍ଟ ୨୧ରୁ +୨ ନାମଲେଖା ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ନାମଲେଖା ପାଇଁ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ସାମ୍ସ (SAMS) ସେଣ୍ଟର ଜରିଆରେ ଅନଲାଇନରେ ଛାତ୍ରଛାତ୍ରୀମାନେ ଆବେଦନ କରିବେ। ସେପ୍ଟେମ୍ବର ୯ରେ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଏ ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।