ଅଗଷ୍ଟ ୨୧ ଗୁଳିକାଣ୍ଡ ଦିବସ ପାଳିତ

18

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ) : ମାଲକାନଗିରି ଜିଲ୍ଲା ମାଥିଲି ଠାରେ 80ତମ ଅଗଷ୍ଟ 21ଗୁଳିକାଣ୍ଡ ଦିବସ ପାଳନ କରାଯାଇଛି । ପୂର୍ବରୁ ଭିଭିନ୍ନ ରାଜନୀତିକ ଦଳ ଦ୍ୱାରା ପାଳନ କରାଯାଉଥିବା ସ୍ଥଳେ ଏବର୍ଷ ସମସ୍ତ ରାଜନୀତିକ ଓ ସର୍ବସାଧାରଣଙ୍କ ଦ୍ୱାରା ପାଳନ କରାଯାଇଛି । ଆଜି ସକାଳ 11ଘଣ୍ଟା ସମୟରେ ମାଥିଲି ପୁରୁଣା ଶହୀଦ ଲକ୍ଷ୍ମଣ ନାୟକ ଭବନରୁ ଏକ ବିଶାଳ ଶୋଭାଯାତ୍ରା ବାହାରି, ମାଥିଲି ଥାନାରେ ଅଗଷ୍ଟ 21 1942ରେ ବ୍ରିଷ୍ଟିଷ୍ଟ ସାଶନ ବିରଧରେ, ମହାତ୍ମା ଗାନ୍ଧୀ ଙ୍କ ଭାରତ ଛାଡ଼ ଆନ୍ଦାଳନ ଡାକରାରରେ, ଅଭିବକ୍ତ କୋରାପୁଟ ଜିଲ୍ଲା ତଥା ବର୍ତମାନ ମାଲକାନଗିରି ଜିଲ୍ଲାର ମାଥିଲି ସାପ୍ତାହିକ ହାଟପଦା ଠାରେ ଶହୀଦ ଲକ୍ଷ୍ମଣ ନାୟକ ଙ୍କ ନେତୃତ୍ୟରେ ମାଥିଲି ଥାନାରେ ତ୍ରିରଙ୍ଗା ପତାକା ଶହୀଦ ଲିଙ୍ଗା କଟିଆ ଉଡାଇଥିଲେ, ଯାହାଦ୍ୱାରା ଗୁଳିକାଣ୍ଡ କରାଯାଇଥିଲା, ଏଥିରେ ସରକାରୀ ଭାବେ 11ଜଣଙ୍କ ନାମ ଥିବା ସ୍ଥଳେ ବେସରକାରୀ ହିସାବରେ 40ରୁ 50ଜଣ ଶହୀଦ ହେବା ସହ ସାତଦିକ ହାହାତ ହୋଇଥିବା ଜଣାଯାଏ । ଏଥିରେ ଫୋରେଷ୍ଟ ଗାର୍ଡ ରାବଣାର ମୃତ୍ୟୁକୁ ଦାୟି କରି ଶହୀଦ ଲକ୍ଷ୍ମଣ ନାୟକଙ୍କୁ ବ୍ରହ୍ମପୁର ଜେଲରେ ରଖା ଯିବା ସହ ମାର୍ଚ୍ଚ 31- 1943ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା । ତେଣୁ ମାଥିଲି ଠାରେ ପ୍ରତ୍ୟେକ ବର୍ଷ ମାର୍ଚ୍ଚ 31 ଫାଶୀ ଦିବସ ଓ ଅଗଷ୍ଟ 21ଗୁଳିକାଣ୍ଡ ଦିବସ ପାଳନ କରାଯାଇଛି, ଦୁଃଖର ବିଷୟ ଆଜିଯାଏଁ ଗୁଳିକାଣ୍ଡ ଦିବସକୁ ସରକାରଙ୍କ ଦ୍ୱାରା ପାଳନ କରାଯାଉନାହିଁ । ବର୍ତମାନର ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକା ଓ ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାକା ପ୍ରତିଶୃତି ଦେବା ସହ ଏକ କମିଟି ଘଟନ କରି ସରକାରଙ୍କୁ ଜଣାଇବା ସହ ଆଗାମୀ ଦିନରେ ସରକାରଙ୍କ ଦ୍ୱାରା ପାଳନ କିଭଳି କରାଯିବ ସେଥିପାଇଁ ନିଷ୍ପତି ନେଇଛନ୍ତି । ଆଜିର ଏହି ଦିବସରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ମାଲକାନଗିରି ବିଧାୟକ ମାନସ ମାଡକାମୀ, କୋଟପାଡ଼ ବିଧାୟିକାଙ୍କ ସହ ବହୁତ ରାଜନୀତିକ, ବୁଦ୍ଧିଜୀବୀ, ଜନସାଧାରଣ, ଛାତ୍ର ଛାତ୍ରୀ, ପୋଲିସ ପ୍ରଶାସନ ଉପସ୍ଥିତ ଥିଲେ। ମାଲକାନଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More