ଅଖିଳ ଭାରତ କିଷାନ ମଜଦୂର ସଭା ପକ୍ଷରୁ ଜମି ଓ ଜଙ୍ଗଲ ଉପରେ ଅଧିକାର ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବିକ୍ଷୋଭ

24

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – -ଅଖିଳ ଭାରତ କିଷାନ ମଜଦୂର ପକ୍ଷରୁ ଜମି ଓ ଜଙ୍ଗଲ ଉପରେ ଅଧିକାର ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଗଣ ବିକ୍ଷୋଭ ହୋଇ ଯାଇଛି।ଅଖିଳ ଭାରତ କିଷାନ ମଜଦୂରର ଜିଲ୍ଲା ସମ୍ପାଦକ କେଦାର ଶବରଙ୍କ ନେତୃତ୍ୱରେ ଏକ ବିରାଟଶୋଭା ଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ 8 ଦଫା ଦାବି ନେଇ ଗଣବିକ୍ଷୋଭ ପଦର୍ଶନ କରିଥିଲେ। ଦାବୀ ଗୁଡିକ ହେଲା ଗରିବ ଓ ଭୂମି ହୀନଙ୍କୁ ଜମି ଓ ଘରଡିହ ପଟ୍ଟା ଯୋଗାଇ ଦିଆଯିବା।ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ କାର୍ଡ ରୁ ବାଦ ପଡିଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ।ସମସ୍ତ ବିଧବା ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସାମାଜିକ ସୁରକ୍ଷା ଭତ୍ତା 1000 ଟଙ୍କା ପରିବର୍ତ୍ତେ 5000 ଟଙ୍କା ବୃଦ୍ଧି ପ୍ରଦାନ କରିବା ସକାଶେ, ମନରେଗା ଶ୍ରମିକ ଙ୍କୁ ଶହେ ଦିନର କାମ ଯୋଗାଇ ଦେବା ସହ ସର୍ବନିମ୍ନ ମଜୁରୀ ଦିନକୁ 600 ଟଙ୍କା ବୃଦ୍ଧି କରାଯାଉ,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଦ ପଡିଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦେବା ପ୍ରଭୃତି ଏହି ଭଳି 8 ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ କିଷାନ ମଜଦୂର ସଭାର ରାଜ୍ୟ ସମ୍ପାଦକ ଭାଲ ଚନ୍ଦ୍ର ଷଡଙ୍ଗୀ,ଅଖିଳ ଭାରତ କିଷାନ ମଜଦୂର ସଭାର ଜିଲ୍ଲା ସମ୍ପାଦକ କେଦାର ଶବରଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More