ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ ୮୯ ତମ ଓଡ଼ିଶା ଦିବସ ପାଳିତ

17

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପାରଳାଖେମୁଣ୍ଡି ଠାରେ ୮୯ ତମ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଗଜପତି ଜିଲ୍ଲା ଶାଖା ମହେନ୍ଦ୍ରତନୟା ସାହିତ୍ୟ ସଂସଦ ପକ୍ଷରୁ ଓଡିଶା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗଜପତି ବିଶିଷ୍ଟ ଗବେଷକ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ଇଂଜିନିୟର ସଞ୍ଜୟ ଜେନା ଯୋଗ ଦେଇଥିଲେ।ମହେନ୍ଦ୍ରତନୟା ସାହିତ୍ୟ ସଂସଦ,ସହ-ସମ୍ପାଦିକା ସ୍ନିଗ୍ଧା ମିଶ୍ର ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ।ସମ୍ପାଦକ ସରୋଜ କୁମାର ପଣ୍ଡା ସଂସଦର ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ବନ୍ଧରେ ଜଣାଇଥିଲେ। ଏହି ଅବସରରେ ସହରର ଅନେକ ସାହିତ୍ୟ ପ୍ରେମୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସଂଘର୍ଷମୟ ସୁଦୀର୍ଘ ଇତିହାସ ବିଷୟରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଦୈନନ୍ଦିନ ଜୀବନର ଓଡ଼ିଆ ଭାଷାର ବହୁଳ ମାତ୍ରାରେ ବ୍ୟବହାର କରିବା ପାଇଁ ଆହ୍ବାନ କରିଥିଲେ।ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶେଷରେ ଗୋପାଳକୃଷ୍ଣ ପଣ୍ଡିତ ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମକୁ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଆଜୀବନ ସଦସ୍ୟ ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ, ଗୁରୁମାଙ୍କର ସହଯୋଗରେ ପରିଚାଳନା କରାଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More