ଅଖିଳ ଭାରତୀୟ ସାହିତ୍ୟ ପରିଷଦର “ସାହିତ୍ୟ ସମ୍ବର୍ଦ୍ଧନ ଯାତ୍ରା ୨୦୨୪”ରେ ଗଜପତି ଜିଲ୍ଲାର ଯୋଗଦାନ

32

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଅଖିଳ ଭାରତୀୟ ସାହିତ୍ୟ ପରିଷଦ , ଓଡ଼ିଶା ଶାଖା ଦ୍ବାରା ଦୁଇ ଦିନିଆ ସାହିତ୍ୟ ସମ୍ବର୍ଦ୍ଧନ ଯାତ୍ରା ନଭେମ୍ଵର ୩୦ ଓ ଡିସେମ୍ବର ୧ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ୩୦ଟି ଜିଲ୍ଲାର ପ୍ରାୟ ପଚାଶରୁ ଅଧିକ ସାହିତ୍ଯିକ ଯୋଗ ଦାନ କରିଥିଲେ ।ଏହି ସମ୍ବର୍ଦ୍ଧନର ପ୍ରଥମ ଦିବସରେ ସଦସ୍ଯ ବୃନ୍ଦ ଅତିବଡୀ ଜଗନ୍ନାଥ ଦାସଙ୍କ ଜନ୍ମ ସ୍ଥାନ କପିଳେଶ୍ଵରପୁର ଶାସନ,ପୁରୀସ୍ଥିତ ତାଙ୍କର ତାଙ୍କର ସାଧନା ଓ ସମାଧି ପୀଠ ବଡ ଓଡ଼ିଆ ମଠ, ସାତ ଲହଡି ମଠ ଓ ଶ୍ରୀମନ୍ଦିର ଦର୍ଶନ ଆଦି ରହିଥିଲା ଏବଂ ଦ୍ୱିତୀୟ ଦିନ ବଳରାମ ଦାସଙ୍କ ଜନ୍ମ ମାଟି ସମଗରା ପାଟ ,ଉତ୍କଳ ମଣି ଗୋପବନ୍ଧୁଙ୍କର ଜନ୍ମସ୍ଥାନ ସୁଆଣ୍ଡୋ, ସତ୍ୟବାଦୀ ବନବିଦ୍ୟାଳୟ ଓ ଓଡିଶା ବିଶ୍ୱବିଦ୍ୟାଳୟ ପରିଦର୍ଶନ କରାଯାଇଥିଲା।ଏହି ସମ୍ବର୍ଦ୍ଧନର ଉଦ୍ଦେଶ୍ଯ ଥିଲା ସାହିତ୍ୟ ମଧ୍ଯରେ ଥିବା ପ୍ରାମାଣିକ ସତ୍ୟତାକୁ ପୁନରୁଦ୍ଧାର କରିବା ଓ ଏହାକୁ ପାଥେୟ କରି ନିଜ ଅନୁଭୂତିକୁ ସାହିତ୍ୟର ବିଭିନ୍ନ ରୂପରେ ରୂପାୟନ କରିବା । ଏହି ଲେଖାଗୁଡ଼ିକ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ବାର୍ଷିକ ପତ୍ରିକା “ଦିଗ ଓ ଦିଗନ୍ତ”ରେ ପ୍ରକାଶ ପାଇବ। ଏହି ସାହିତ୍ୟ ସମ୍ବର୍ଦ୍ଧନ ଯାତ୍ରାରେ ଗଜପତି ଜିଲ୍ଲାର ଆଜୀବନ ସଦସ୍ଯ ଶ୍ରୀମତି ଆଶାଲତା ପାଣିଗ୍ରାହୀ, ଶ୍ରୀଯୁକ୍ତ ରାଜେନ୍ଦ୍ର ରଥ,ସ୍ନିଗ୍ଧା ମିଶ୍ର ଓ ଡ.କଲ୍ୟାଣୀ ମିଶ୍ର ଯୋଗ ଦେଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More