ଅଖିମୁଠି ଅନୁକୂଳ ସହ ଦଳୀୟ ସଭାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

16

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) :- ପବିତ୍ର ଅକ୍ଷୟତୃତୀୟା ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବେଲତଳ ନିକଟରେ ଅଖିମୁଠି ଅନୁକୂଳ କରିବା ସହ ଏକ ବିରାଟ ପଟୁଆରର ଶୋଭାଯାତ୍ରାରେ ସାମିଲ ହେବା ଏବଂ ଶେଷରେ ବାଲିପଡ଼ା ପଡିଆରେ ଆୟୋଜିତ ଦଳୀୟ ସଭାରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ l ଆଜି ଓଡିଶାର ଲୋକ ପରମ୍ପରା ଅନୁଯାୟୀ ଅଖିମୁଠି ଅନୁକୂଳ କରିବା ସହ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପଟ୍ଟାମୁଣ୍ଡାଇ ବଜାରରେ ଏକ ବିରାଟ ପଟୁଆରର କେନ୍ଦ୍ରମନ୍ତ୍ରୀ ଶୋଭାଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା l ଏବଂ ପରିଶେଷରେ ଦଳୀୟ କାର୍ଯ୍ୟକ୍ରମରେ ପହଞ୍ଚି କର୍ମୀଙ୍କୁ ସମ୍ବର୍ଦ୍ଧିତ ଏବଂ ସମ୍ବୋଧିତ କରିଥିବା ଦେଖିବାକୁ ମିଳିଛି l ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଜେପି ସଭାପତି କିଶୋର ପଣ୍ଡା, ସୁନାକର ବେହେରା, କୃଷ୍ଣ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More