ନବରଙ୍ଗପୁର(ସଂଘର୍ଷ ମିଡିଆ ) : ହିନ୍ଦୁ ମହାସଂଘର ଛାମୁଆଁ ସଂଗଠନ ଜନଜାତି ହିନ୍ଦୁ ମହାସଂଘ ତରଫରୁ ସାଇଟିଗୁଡା ଗାଁରେ ପାଳିତ ହୋଇଯାଇଛି ଅଖଣ୍ଡ ହିନ୍ଦୁ ରାଷ୍ଟ୍ର ସଂକଳ୍ପ ଦିବସ। ଜନଜାତି ହିନ୍ଦୁ ମହାସଂଘ ର ସଭାପତି ବିନୋଦ ସାନ୍ତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର,କେନ୍ଦ୍ରୀୟ ସଂଯୋଜକ ନରସିଂହ ତ୍ରିପାଠୀ ହିନ୍ଦୁ ଧର୍ମ ଓ ସଂସ୍କୃତି ର ସୁରକ୍ଷା ଉପରେ ଆଲୋଚନା କରିଥିଲେ। ପ୍ରତିବର୍ଷ ହିନ୍ଦୁ ମହାସଂଘ ଅଗଷ୍ଟ ଚଉଦ ତାରିଖକୁ ଅଖଣ୍ଡ ହିନ୍ଦୁ ରାଷ୍ଟ୍ର ସଂକଳ୍ପ ଦିବସ ରୂପେ ପାଳନ କରେ। ଅଗଷ୍ଟ ଚଉଦ ତାରିଖ ଦିନ ହିନ୍ଦୁ ମହାସଂଘ ର କାର୍ଯ୍ୟକର୍ତ୍ତା ମାନେ ଭାରତକୁ ଅଖଣ୍ଡ ହିନ୍ଦୁ ରାଷ୍ଟ୍ର କରିବା ପାଇଁ ସଂକଳ୍ପବଦ୍ଧ ହୁଅନ୍ତି । ନିଜ ବକ୍ତବ୍ୟରେ ମହାସଂଘର ପ୍ରତିଷ୍ଠାତା ଜୟନ୍ତ କୁମାର ପାତ୍ର ଜନ୍ମଭୂମି ପାଇଁ ତ୍ୟାଗ ଓ ବଳିଦାନ ଦେବା ପାଇଁ ସବୁବେଳେ ପ୍ରସ୍ତୁତ ରହିବା ପାଇଁ କାର୍ଯ୍ୟକର୍ତ୍ତା ମାନଙ୍କୁ ଅନୁରୋଧ କରିଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।