ଅକ୍ଷୟ ତୃତୀୟା ଦିବସ ଅବସରରେ ଭୂମିପୂଜନ, ଅଖିମୁଠି ଅନୁକୂଳ ଓ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ

31

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ଆଜି ଅକ୍ଷୟ ତୃତୀୟା ଦିବସରେ ବୌଦ୍ଧ ଜିଲ୍ଲା ସ୍ତରୀୟ ଚଳିତ ବର୍ଷ ର ଖରିଫ ଚାଷ ପାଇଁ ଭୂମି ପୂଜନ, ବିହନ ଅଖିମୁଠି ଅନୁକୂଳ ଓ କୃଷକ ଦିବସ ବଘିଆପଡ଼ା ନିକଟସ୍ଥ ପାଲଝର ଫାର୍ମ ଠାରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଦ୍ୱାରା ପାଳନ କରାଯାଇଛି l ସ୍ଥାନୀୟ ବିଧାୟକ ଶ୍ରୀ ପ୍ରଦୀପ ଅମାତ ମୁଖ୍ୟ ପୁରୋଧା ଭାବରେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ପୌରହିତ୍ୟ କରି ଭୂମି ପୂଜା, ବିହନ ଅଖିମୁଠି ଅନୁକୂଳ କରିଥିଲେ l ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନୀ ଦାସ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ମେହେର, ବୌଦ୍ଧ ବିଡ଼ିଓ ପ୍ରମୁଖ ଉପସ୍ଥିତ ରହି ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ l ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ, ଜିଲ୍ଲା କୃଷି ଅଧିକାରୀ ନାରାୟଣ ମହାନନ୍ଦ ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କୃଷକ ମାନେ ଯୋଗଦାନ କରି ଅକ୍ଷୟ ତୃତୀୟା ଓ କୃଷକ ଦିବସ କୁ ସଫଳ କରିଥିଲେ l ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More