କଟକ(ସଂଘର୍ଷ ମିଡିଆ ) : ଦିନକୁ ଦିନ ରୌଦ୍ରତାପ ବୃଦ୍ଧି ପାଉଥିବା ବେଳେ ଅଂଶୁଘାତ ରେ ଲୋକ ଙ୍କର ପ୍ରାଣ ଯାଉଚି। ଆଜି ଦିନ ଦିହିପ୍ରହରରେ ମନୋରଂଜନ ବେହେରା ନାମକ ଜଣେ ବ୍ୟକ୍ତି ନରସିଂହପୁର ରୁ ହାଟ ସଉଦା ସାରି ନିଜ ଘର ନୁଖାପଡା ମଧୁପୁର ଗାଁ କୁ ଫେରୁଥିବା ବେଳେ ସ୍ଥାନୀୟ କମଳାଦେଇପୁର ଛକ ନିକଟରେ ଥକା ଲାଗିବାରୁ ବସି ପଡ଼ିଥିଲେ। ତେବେ ପରେ ସେ ଅଧିକ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିଲା। କିଛି ସମୟ ଚିକିତ୍ସା କରିବା ପରେ ତାଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା। ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନରସିଂହପୁର ପୋଲିସ ତଦନ୍ତ ଜାରି ରଖିଛି ।ପ୍ରକାଶ ଥାଉ କି ରୌଦ୍ର ତାପ ର ମାତ୍ରା ଏତେ ବଢି ଗଲାଣି ଯେ ତା ସତ୍ୱେ ବି ନରସିଂହପୁର ଅଞ୍ଚଳରେ ଜଳ ଛତ୍ର ଖୋଲୁ ନଥିବାରୁ ସାଧାରଣ ରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।