ମୟୂରଭଞ୍ଜ(ସଂଘର୍ଷ ମିଡିଆ ) : – ମୟୂରଭଂଜ ଜିଲ୍ଲାର ଟାଟାନଗର-ବାଦାମପାହାଡ ହେଉଛି ଶତାୟୁ ରେଳପଥ ।ଏହି ରେଳପଥରେ ରାଇରଙ୍ଗପୁର ସନ୍ନିକଟ ଅଁଳାଯୋଡିରେ ଜଙ୍କସନର ଅଛି ।ରେଳପଥ ବିଦ୍ୟୁତିକରଣ ଓ ନବୀକରଣ ଚାଲିଛି ।ରେଳପଥ ,ରେଳ ପ୍ଲାଟଫର୍ମ,ଶୌଚାଳୟ,ଆଶ୍ରୟ ଘର, ପିଇବା ପାଣି ସବୁକିଛି ଆଧୁନିକୀକରଣ ପାଇଁ ରେଳ ବିଭାଗ କୋଟିକୋଟି ଟଙ୍କା ମଂଜୁର କରୁଛନ୍ତି ।ହେଲେ ରେଳବିଭାଗୀୟ କର୍ମଚାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଉନ୍ନତିକରଣ ମାନ ରହୁନାହିଁ । କାମ ଚାଲିଛି ମନ୍ଥର ଗତିରେ ।କାମ ହେଉଛି ନିମ୍ନମାନର ।ରେଳ ଉପଭୋକ୍ତା କହିଲେ ବି କେହି କର୍ଣ୍ଣପାତ କରୁନାହାନ୍ତି ।ଯାହାକୁ ନେଇ ରେଳ ଉପଭୋକ୍ତା ଓ ଅଂଚଳବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଛି ।୫ ମାସ ହେଲା ଅଁଳା ଯୋଡ଼ି ପ୍ଲାଟଫର୍ମରେ ମାଟି ପକାଇ ଚୁପ୍ ବସିଛି ଠିକାଦାର ।ରେଳଯାତ୍ରୀଙ୍କ ପାଇଁ ଆବଶ୍ୟକୀୟ ବସିବା ସ୍ଥାନ୍ ବ୍ୟବସ୍ଥା ନାହିଁ ଲୋକେ ଗଛମୂଳେ,ତଳେ ବସି ରେଳକୁ ଅପେକ୍ଷା କରିବାର ଲକ୍ଷ୍ୟ କରାଯାଉଥିଲା ।।ରେଳବିଭାଗ ଆଶ୍ରୟ ସ୍ଥଳ ଗଂଜୁଡୁମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।ଅଳିଆ ଆବର୍ଜ୍ଜନା ରେ ଭରପୁର ।ପରିଷ୍କାର ପରିଛନ୍ନ ନାହିଁ ।ସ୍ବଛତା ସଂପୁର୍ଣ୍ଣ ବିଫଳ ।ଡ଼ ଡ଼ହ ଖରା । ପ୍ଲାଟଫର୍ମରେ ଯାତ୍ରୀମାନଙ୍କ ପାଇଁ ପିଇବା ପାଣି ନାହିଁ । ସେହିଭଳି ମହିଳାଯାତ୍ରୀଙ୍କ ପାଇଁ ଶୌଚାଳୟ ନାହିଁ ।ପୁରୁଷ ଶୌଚାଳୟ ଭାଙ୍ଗିଗଲାଣି । ଆବର୍ଜ୍ଜନା ଓ ଅପରିଷ୍କାର ଭରପୁର ।ରେଳ ଆଧୁନିକୀକରଣ ଅତିଧିମା ଓ ମନ୍ଥର ଗତିରେ ଚାଲୁଛି ।ରେଳଯାତ୍ରୀମାନେ ଶୌଚାଳୟ ଓ ପିଇବା ପାଣି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ତେଣୁ ରେଳବାଇ କତୃପକ୍ଷ ତୁରନ୍ତ ଅଁଳାଯୋଡିରେଳ ଜଙ୍କସନ ପରିଦର୍ଶନ କରି ବିଭିନ୍ନ ସମସ୍ୟା ଅବଗତ ହୋଇ ବିହିତ ପଦକ୍ଷେପ ନେବା ପାଇଁ ଅଂଚଳବାସୀଓ ରେଳଯାତ୍ରୀମାନେ ଦାବି କରିଛନ୍ତି ।