ରାଉରକେଲା (ସଂଘର୍ଷ ମିଡିଆ ) : ଆଜି CITU ତରଫରୁ ରାଉରକେଲା ନୂଆ ବସଷ୍ଟାଣ୍ଡ ଠାରେ ୪ ଦଫା ଦାବି ନେଇ ଏକ ସର୍ବ ଭାରତୀୟ ପ୍ରତିବାଦ ଦିବସ ପାଳନ କରାଯାଇଥିଲା। CITU ସର୍ବ ଭାରତୀୟ ର ଉପସଭାପତି ଶ୍ରୀ ବିଷ୍ଣୁ ମହାନ୍ତି ଙ୍କ ନେତୃତ୍ଵ ରେ ଏହି ବିକ୍ଷୋଭ ଦିବସ ପାଳନ ହୋଇଥିଲା। ପେଟ୍ରୋଲ ଓ ଡଜେଲ୍ ଦର କୁ ନିୟନ୍ତ୍ରଣ କରିବା, ପରିବହନ କର୍ମଚାରୀଙ୍କୁ ବିମା ଯୋଗାଇବା,ସମସ୍ତ ପରିବହନ ଶ୍ରମିକ ଙ୍କୁ ୭.୫୦୦ ମାସିକ ଦରମା ସହ ୧୦ କିଲୋ ଖାଦ୍ୟ ଶସ୍ୟ ଯୋଗାଇବା ଦାବି ରହିଛି। ଯଦି ଉଭୟ କେନ୍ଦ୍ର ଓ ରାଜ୍ୟ ବସ୍ କର୍ମଚାରୀ ମାନଙ୍କର ୪ ଟି ଦାବି କୁ ଯଥାଶୀଘ୍ର ପୁରଣ ନକରିବେ ତେବେ ଆଗାମୀ ଦିନରେ ଏହି ବିକ୍ଷୋଭ ଜୋରଦାର ହେବ ବୋଲି CITU ପକ୍ଷରୁ କୁହାଯାଇଛି। ରାଉରକେଲା ରୁ କ୍ୟମେରମ୍ୟାନ ମୃତୁଞ୍ଜୟ ଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀ ଙ୍କ ରିପୋର୍ଟ୍ ସଂଘର୍ଷ ନ୍ୟୁଜ୍ ।