ପୁରୀ (ସଂଘର୍ଷ ମିଡିଆ ) : ଜୁନ ମାସ ୩ ତାରିଖ। ଏହାକୁ ୱାର୍ଲଡ଼ ସାଇକେଲ ଡେ ଭାବେ ପାଳନ କରାଯାଏ। ସାଇକେଲ ଚଳାଇବା ଦ୍ୱାରା ସ୍ୱାସ୍ଥ୍ୟ ଠିକ ରହିବା ସହ ପରିବେଶ ପ୍ରଦୂଷଣ ମଧ୍ୟ ହୋଇ ନ ଥାଏ। ଏଣୁ ପରିବେଶ ପ୍ରଦୂଷଣ ରୋକିବା ଏବଂ ସାଇକେଲ ଚଳାଇବା ନେଇ ଲୋକଙ୍କୁ ଉତ୍ସାହିତ କରିବା ଲକ୍ଷ ନେଇ ଏହି ଦିବସର ପରିକଳ୍ପନା । ଏହି ଅବସରରେ ଲୋକଙ୍କୁ ସାଇକେଲ ଚଳାଇବା ନେଇ ସଚେତନ ନିମନ୍ତେ ନିଆରା ଉଦ୍ୟମ କରିଛନ୍ତି ପୁରୀ ଯୁବ ଚିତ୍ରଶିଳ୍ପୀ ଶ୍ୱାସତ ରଂଜନ ସାହୁ। ସେ 3 ହଜାର 6 ଶହ 53 ଟି ଡିଆସିଲି କାଠିରେ ଏକ ସାଇକେଲର ସୁନ୍ଦର ପ୍ରତିକୃତି ବନାଇ ଚନ୍ତି। 7 ଦିନ ଲାଗିଥିଲା ଏହି ନିଆରା କଳାକୃତି ତିଆରି ପାଇଁ। ଡିଆସିଲି କାଠିରେ ତିଆରି ହୋଇ ଥିବା ସାଇକେଲର ପ୍ରତିକୃତିର ଉଚ୍ଚତା 50 ଇଞ୍ଚ ଏବଂ ଲମ୍ବ 25 ଇଞ୍ଚ ରହିଛି। ପୁରୀ ସହର କୁମ୍ଭାରପଡା ଅଂଚଳର ବାସିନ୍ଦା ହେଉଛି 18 ବର୍ଷୀୟ ଶ୍ୱାସତ ରଂଜନ ସାହୁ। ବିଶ୍ୱ ସାଇକେଲ ଦିବସ ଅବସରରେ ତାଙ୍କର ନିଆରା କଳାକୃତି ବେଶ ଚର୍ଚ୍ଚାର ବିଷୟ ହୋଇଛି।