୧୦୮ ଆମୁଲାନ୍ସରୁ ଓହ୍ଲାଇ ପଡ଼ିଲେ ରୋଗୀ ଓ ପରିବାର ; କଟକ ନେବାପାଇଁ କହି ବାଲେଶ୍ଵର ନେଉଥିଲା ଡ୍ରାଇଭର

57

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକ ମେଡିକାଲରୁ ରମ୍ଭିଳା ଗ୍ରାମର ଜଣେ ଗୁରୁତର ଅବସ୍ଥାରେ ରୋଗୀକୁ କଟକ ନେବାପାଇଁ ଡାକ୍ତର ରେଫର କରିଥିଲେ । କଟକ ନେବା ବଦଳରେ ୧୦୮ ଆମ୍ବୁଲାନ୍ସ ନେଉଥିଲା ବାଲେଶ୍ବର ଅଭିମୁଖେ | ଆମ୍ବୁଲାନ୍ସ ଓଲଟା ଯାଉଥିବା ଜାଣିପାରି ଥିଲେ ରୋଗୀର ପରିବାର । ଚରମ୍ପା ନିକଟରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଟକାଇ ଥିଲେ ପରିବାର ଲୋକ | ପରିବାର ଲୋକଙ୍କ ଅଭିଯୋଗ, ବାରମ୍ବାର ଡ୍ରାଇଭର ଓ ଆଟେନଡାଣ୍ଟଙ୍କୁ କହିବା ପରେ ମଧ୍ୟ ଶୁଣି ନଥିଲେ ସେମାନେ | ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେବାରୁ ଟାଉନ ପୋଲିସ ପହଞ୍ଚି ଜଣଙ୍କୁ ଥାନାକୁ ନେବା ସହିତ ଆମ୍ବୁଲାନ୍ସରେ ରୋଗୀକୁ କଟକ ପଠାଯାଇଛି |ଡ୍ରାଇଭରକୁ ପଚାରିବାରୁ ମୁଁ  ଭାଇଙ୍କୁ ଦେଖା କରିବା ପାଇଁ ଯାଉଥିଲି ଦେଖା କରି ପରେ କଟକ ଯାଇଥାନ୍ତା ବୋଲି କହିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର | ପ୍ରଶ୍ନ ହେଉଛି, ରୋଗୀ ଗୁରୁତର ଥିବା ବେଳେ ତାଙ୍କୁ ତୁରନ୍ତ କଟକ ନ ନେଇ ଓଲଟା ବାଲେଶ୍ବର ଅଭିମୁଖେ ଯିବା, ପରେ ପରିବାର ଲୋକଙ୍କ ଗୁହାରୀ ନ ଶୁଣିବକୁ ନେଇଁ ୧୦୮ କର୍ମଚାରୀଙ୍କ ଉଦ୍ଦେଶ୍ୟକୁ ନେଇଁ ସନ୍ଦେହ ସୃଷ୍ଟି କରୁଛି | ଏଭଳି ସ୍ଥଳେ ଯଦି ରୋଗୀଙ୍କ କିଛି ହୁଏ ତେବେ କିଏ ଦାୟୀ ରହିବେ ବୋଲି କହିଛନ୍ତି ରୋଗୀର ପରିବାର ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More