ହିନ୍ଦୋଳ ( ସଂଘର୍ଷ ମିଡିଆ ) : ହିନ୍ଦୋଳ ବ୍ଲକ ବିଜୁ ଜନତାଦଳର ସଭାପତି ବରୁଣ ସରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ରୂପରେ ହିନ୍ଦୋଳର ପ୍ରୀୟ ବିଧାୟିକା ସୀମାରାଣୀ ନାୟକ ଯୋଗଦେଇ ପ୍ରବାଦପୁରୁଷ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ। ସମ୍ମାନିତ ଅତିଥି ଭାବେ ହିନ୍ଦୋଳ ଏନଏସି ଅଧ୍ୟକ୍ଷା ରୀନା ବେହେରା, ଓଡାପଡା ବ୍ଲକ ସଭାପତି ଚିତ ରଞ୍ଜନ ନାଥ,ଏନଏସି ସଭାପତି ଗୋବିନ୍ଦ ଚନ୍ଦ୍ର ବେହେରା,ଜିଲ୍ଲା ବିଜେଡି ଉପସଭାପତି ନରୋତ୍ତମ ରାଉତ, ଓଡାପଡା ବ୍ଲକ ଯୁବ ସଭାପତି ଅମିତାଭ ସ୍ୱାଇଁ,ମିଟି କରଣ,ଓଡାପଡା ମହିଳା ସଭାପତି ଦିପ୍ତିରାଣୀ ରାଊତ,ଜିଲ୍ଲା ଯୁବ ଉପସଭାପତି ସୁବ୍ରତ କୁମାର ଆଚାର୍ଯ୍ୟ, ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ସର, ପ୍ରଦୀପ କୁମାର ସାମନ୍ତ, ରାଜ୍ୟ ଯୁବ ସଂପାଦକ ଦେବୀପ୍ରସାଦ ପଟ୍ଟନାୟକ, ଏନଏସି ଯୁବ ବିଜେଡି ସଭାପତି ରୁଦ୍ର ନାରାୟଣ ପ୍ରସାଦ ଦାସ,ଜିଲ୍ଲା ବିଜେଡି ସଂପାଦକ ତପନ କୁମାର ପରିଡା, ବିଜେଡି ନେତା ତଥା କାଉନସିଲର ପ୍ରଦ୍ୟୁମ୍ନ ବେହେରା, ବ୍ଲକ ଛାତ୍ର ସଭାପତି ଆଶୁତୋଷ ମାଝୀ, ହିନ୍ଦୋଳ ଏନଏସି ଛାତ୍ର ସଭାପତି ଶ୍ୟାମଲ ଚନ୍ଦ୍ର ଜେନା, ଅକ୍ଷୟ କୁମାର ଆଚାର୍ଯ୍ୟ, କିଷାନ ପଟ୍ଟନାୟକ, ପିତବାସ ସାମଲ ଆଦି ପୁଷ୍ପମାଲ୍ଯ ଅର୍ପଣ କରିଥିଲେ। ବରୁଣ ସରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସମସ୍ତେ ବିଜୁ ବାବୁଙ୍କ ନୀତି ଆଦର୍ଶ ଉପରେ ଆଲୋକପାତ କରିଥିଲେ। ମୂଖ୍ୟ ଅତିଥି ପ୍ରୀୟ ବିଧାୟିକା ସୀମାରାଣୀ ନାୟକ ତାଙ୍କ ଅଭିଭାଷଣରେ କହିଥିଲେ, ବିଜୁ ବାବୁ ମହିଳା ମାନଙ୍କୁ ସବୁବେଳେ ଭଲ ପାଉଥିଲେ, ସେମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଇଥିଲେ। ସେହିପରି ତାଙ୍କର ସୂ ପୁତ୍ର ନବୀନ ପଟ୍ଟନାୟକ ହିନ୍ଦୋଳ ନିର୍ବାଚନ ମଣ୍ଡଳୀକୁ ବହୁତ ଭଲ ପାଉଥିବା ବେଳେ ହିନ୍ଦୋଳର ସାମଗ୍ରିକ ବିକାଶ ପାଇଁ ମୁଁ ଯେତେବେଳେ ଯାହା କହିଛି ସେ ନିଶ୍ଚିତ ଭାବରେ ପୂରଣ କରିଛନ୍ତି। ଆଉ ଏହି ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ। ସମ୍ମାନିତ ଅତିଥି ମାନେ ମଧ୍ୟ ବିଜୁ ବାବୁଙ୍କ ବିଷୟରେ ସୁନ୍ଦର ଭାବରେ ଆଲୋଚନା କରିଥିଲେ। ସମସ୍ତେ ଗୋଟିଏ ମନରେ କହିଥିଲେ ପ୍ରବାଦପୁରୁଷ ବିଜୁ ବାବୁଙ୍କୁ ଭାରତ ରତ୍ନ ଖୁବ୍ ଶୀଘ୍ର ପ୍ରଦାନ କରାଯାଉ। ପରିଶେଷରେ ଜିଲ୍ଲା ଯୁବ ଉପସଭାପତି ସୁବ୍ରତ କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।