କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ବାରଙ୍ଗ ବ୍ଲକ ହରିଅନ୍ତା ଗ୍ରାମପଞ୍ଚାୟତ ମହୁରା ଗ୍ରାମରେ ୩୦୦ ଲୋକ ବାସ କରନ୍ତି।ସେଥି ମଧ୍ୟରୁ ଅଧିକାଂଶ ଦଳିତ ପରିବାରର।ଗ୍ରାମରେ ଦୁଇଟି ସରକାରୀ ନଳକୂପ ଦୁଇଟି ମଧ୍ୟରୁ ଗୋଟେ ନଳକୂପ ଦୀର୍ଘ ଏକ ମାସ ହେବ ଖରାପ ହୋଇ ପଡିରହିଛି।ଗୋଟିଏ ନଳକୂପରୁ iron ମିଶା ପାଣି ବାହାରୁଛି।।ପାଖରେ ଥିବା ଏକ ପୋଖରୀ ଉପରେ ଲୋକେ ନିର୍ଭର କରୁଛନ୍ତି।iron ମିଶା ପାଣି ଓ ପୋଖରୀ ପାଣି ବ୍ୟବହାର କରିବାରୁ ଲୋକେ ନାନା ରୋଗରେ ପୀଡିତ ହେଉଛନ୍ତି।ପାଣି ସମସ୍ୟା ପାଇଁ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ଫଳ ମିଳିନଥିଲା।ଗାଁ କୁ ଯିବା ପାଇଁ ରାସ୍ତାଟିଏ ମଧ୍ୟ ନାହିଁ।ଏକ ଗୋଡି ରାସ୍ତା ରେ ଯିବା ଆସିବା କରୁଛନ୍ତି।ବର୍ଷା ଦିନେ ଲୋକେ ଓ ପିଲାମାନେ ସ୍କୁଲ ଯିବାକୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।ସମିଟିସଭ୍ୟଙ୍କ କହିବା କଥା ପାଣି ଓ ରାସ୍ତା ବିଷୟରେ ନିଆଳି ବିଧାୟକ ଶ୍ରୀଯୁକ୍ତ ପ୍ରମୋଦ କୁମାର ମଲ୍ଲିକ ଙ୍କ ସହିତ ଆଲୋଚନା କଲେ ମଧ୍ୟ କୌଣସି ଫଳ ମିଳିନଥିଲା।ଏ ବିଷୟରେ ଆମ ସଙ୍ଘର୍ଷ ପ୍ରତିନିଧି ବିଧାୟକଙ୍କ ସହିତ ଫୋନ ଯୋଗେ ଯୋଗାଯୋଗ କରିଥିଲେ କିନ୍ତୁ କୌଣସି କାରଣ ବଶତଃ ଫୋନ ଉଠାଇନଥିଲେ।ସରପଞ୍ଚଙ୍କ କହିବା କଥା ତାଙ୍କ ପାଖକୁ କୌଣସି ଅଭିଯୋଗ ଆସି ନାହିଁ ଆସିଲେ ତୁରନ୍ତ ପଦକ୍ଷେପ ନେବେ।କଣ୍ଟାପଡାରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ।