ସୁସ୍ଥ ଓଡିଶା ସୁଖୀ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

145

Get real time updates directly on you device, subscribe now.

ଗଜପତି (ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା, ପାରଳାଖେମୁଣ୍ଡି ସ୍ଥିତ ୨ ଓ ୩ ନମ୍ବର ୱାର୍ଡରେ ଆଜି “ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା” ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ରେ ଅନୁପ୍ରାଣିତ ହୋଇ ଓଡିଶା ରାଜ୍ୟ ବିଜେଡି ଯୁବ ଉପସଭାପତି ଇଂ. ରୁପେଶ ପାଣିଗ୍ରାହୀ “ହାଇଟେକ ମେଡ଼ିକାଲ” ଅଧକ୍ଷ ଡଃ. ତିରୁପତି ପାଣିଗ୍ରାହୀଙ୍କ ଆଦେଶ କ୍ରମେ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଅଛନ୍ତି । ଏହି ଶିବିରର ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ ଯୋଗଦେଇଥିଲେ।ଏଥିରେ ୨୦ ଜଣିଆ ଡ଼ାକ୍ତର ଟିମକୁ ଲୋକଙ୍କ ଚିକିତ୍ସା ପାଇଁ ଯୋଗାଇଦିଆ ଯାଇଥିଲା । ଏହି ଶିବିର ରେ ଔଷଧ, ଗଳା ଆଖି କର୍ଣ୍ଣ ENT, ଚର୍ମ ରୋଗ, ଅସ୍ଥି ଶଲ୍ୟ, ଦନ୍ତ, ଫିଜିଓ ଥେରାପି, ଶିଶୁ ରୋଗ, ସ୍ତ୍ରୀ ଓ ପ୍ରସୂତି ଇତ୍ୟାଦି ବିଭାଗର ବିଶେଷଜ୍ଞ ଚିକିତ୍ସା ସୁବିଧା ଯୋଗାଇ ଥିଲେ । ଏହି ଶିବିରକୁ କାର୍ଯ୍ୟକାରୀ କରିବା ତଥା ନିରୀକ୍ଷଣ କରିବା ପାଇଁ ଇଂ.ରୂପେଶ ପାଣିଗ୍ରାହୀ ନିଜେ ସେଠାରେ ଉପସ୍ଥିତ ରହିଥିଲେ, ତାଙ୍କସହ ବିଜେଡ଼ି ରାଜ୍ୟ ସମ୍ପାଦକ ବସନ୍ତ ଦାସ, ବିଜେଡ଼ି ସଭାପତି ସୁଧି ରଞ୍ଜନ ମହାପାତ୍ର, ଉପ ସଭାପତି ଲକ୍ଷ୍ମୀ ପରିଚ୍ଛା, ସମସ୍ତ କାଉଁସିଲର୍ ଏବଂ ପରିଚାଳନା ଦାୟିତ୍ବରେ ରେ ଦିପୁ ପଟ୍ଟନାୟକ, ମୋହନ ମହାଙ୍କୁଡ, କୃଷ୍ଣ ବେହେରା ସହଯୋଗ କରିଥିଲେ । ସେଠାକାର ସ୍ଥାନୀୟ ବାସିନ୍ଦା ଏହିପରି ଜନସେବା, ଜନହିତକର କାର୍ଯ୍ୟରେ ଖୁସି ହୋଇ ଇଂ. ରୂପେଶ ପାଣିଗ୍ରାହୀଙ୍କ ଖୁବ୍ ପ୍ରଶଂସା କରିବା ସହ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟରେ ସହଯୋଗର ହାତ ବଢ଼ାଇ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More