ସୁରକ୍ଷିତ ଭାବରେ ପୋଲିସ ହେପାଜତରେ ମାଲକାନଗିରିକୁ ଫେରିଲେ ବହୁ ଚର୍ଚ୍ଚିତ କାଲିମେଳା ଗୋଷ୍ଟି ସ୍ବାସ୍ତ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ କୁମାର ଭୋଇ

11

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ) : – ଡାକ୍ତରଙ୍କ ଅପହରଣ ଘଟଣାରେ ପଡିଲା ପୂର୍ଣଛେଦ । ସୁରକ୍ଷିତ ଭାବରେ ପୋଲିସ ହେପାଜତରେ ମାଲକାନଗିରିକୁ ଫେରିଲେ ବହୁ ଚର୍ଚ୍ଚିତ କାଲିମେଳା ଗୋଷ୍ଟି ସ୍ବାସ୍ତ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ କୁମାର ଭୋଇ । ହଁ ଦର୍ଶକ ବନ୍ଧୁ ଏକ ସପ୍ତାହ ଧରି ମାଲକାନଗିରି ଜିଲ୍ଲା ସହ ଓଡ଼ିଶାରେ ଚହଳ ପକାଇଥିଲା କାଲିମେଳା ଗୋଷ୍ଟି ସ୍ବାସ୍ତ୍ୟକେନ୍ଦ୍ର ର ଡାକ୍ତର ଅମ୍ଳାନ କୁମାର ଭୋଇଙ୍କୁ ମାଓବାଦୀ ନାଆଁୟ କେହି ଦୁର୍ବୁତ୍ତ ଅପହରଣ କରି ନେଇଛନ୍ତି । ତେବେ ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ମାଲକାନଗିରି ପୋଲିସ ଏହାକୁ ଗୁରୁତ୍ୱର ସହ ନେଇ କାଲିମେଳା ଥାନାରେ ଏକ କେଶ ରୁଜୁ କରି ଏହାର ତଦନ୍ତ ଆରମ୍ଭ କରିଥିଲା । ପ୍ରଥମେ ପୋଲିସ ଏକ ହାତ ଲେଖା ମାଓ ଚିଠିକୁ ଡାକ୍ତର ରହୁଥିବା ଘରୁ ଜବତ କରିବା ସହ ଘଟଣାର ବିଭିନ୍ନ ଦିଗକୁ ଦୃଷ୍ଟି ଦେଇଥିଲା । ପରେ ଅପହୃତ ଡାକ୍ତରଙ୍କ ପରିବାର ଗଣ ମାଧ୍ୟମରୁ ଖବର ଜାଣିବା ପରେ ମାଲକାନଗିରି ଜିଲ୍ଲାକୁ ଆସି ପ୍ରଥମେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଡାକ୍ତର ଅମ୍ଳାନଙ୍କୁ ଫେରାଇ ଆଣିବାକୁ ନିବେଦନ କରିଥିଲେ । ତେବେ ପୋଲିସ ଏହା ପୂର୍ବରୁ ମାଲକାନଗିରି ଜିଲ୍ଲା ସମେତ ପଡୋଶୀ ରାଜ୍ୟର ପୋଲିସ ସହ ଯୋଗାଯୋଗ ଜାରି ରଖିଥିବା ବେଳେ ଡାକ୍ତର ଅମ୍ଳାନ ନିଜ ମାଙ୍କ ସହ ଫୋନରେ କଥା ହୋଇଥିବା ଜାଣିବାକୁ ପାଇଥିଲା । ଏହା ପରେ ମାଲକାନଗିରି ପୋଲିସ ସେଇ ଫୋନ କୋଲକୁ ଟ୍ରାକ କରିବାରୁ ଅମ୍ଳାନ କର୍ଣ୍ଣାଟକ ରାଜ୍ୟର ରାମାନଗର ଜିଲ୍ଲାର ହୋରହଲି ବସଷ୍ଟାଣ୍ଡ ନିକଟରେ ରହିଥିବା ଜାଣିବାକୁ ପାଇଥିଲା । ପରେ ମାଲକାନଗିରି ପୋଲିସ ରାମାନଗର ଜିଲ୍ଲାର ଏସପିଙ୍କୁ ଯୋଗାଯୋଗ କରି ସୁରକ୍ଷିତ ଭାବେ ଅମ୍ଳାନଙ୍କୁ ଉଧାର କରିଥିଲେ । ପରେ ମାଲକାନଗିରି ପୋଲିସର ଏକ ଟିମ ରାମାନଗର ଜିଲ୍ଲାକୁ ଯାଇ ଡାକ୍ତର ଅମ୍ଳାନଙ୍କୁ ସୁରକ୍ଷିତ ଭାବେ ମାଲକାନଗିରି କୁ ଆଣି ପଚରା ଉଚରା କରିବାରୁ ସେ ବ୍ୟକ୍ତିଗତ ଇଚ୍ଛାରେ କର୍ଣ୍ଣାଟକକୁ ଚାଲି ଯାଇଥିବା ସ୍ୱୀକାର କରିଥିଲେ ଓ ତାଙ୍କ ପଛରେ କୌଣସି ମାଓବାଦୀଙ୍କ ହାତ ନଥିବା ପୋଲିସ ନିକଟରେ ସ୍ୱୀକାର କରିଛନ୍ତି । ଆଜି ମାଲକାନଗିରି ପୋଲିସ ଡାକ୍ତର ଅମ୍ଳାନଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରଥିବା ନେଇ ମାଲକାନଗିରି ପୋଲିସ କହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More