କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଗୋବିନ୍ଦପୁର ଗ୍ରାମପଞ୍ଚାୟତ ସିରସୁନ୍ଦରପୁର ଗ୍ରାମ କାକଟପୁର ବ୍ରାଞ୍ଚ କେନାଲ ଖନନ ବେଳେ ମାଟି ତଳୁ ବିରଳ ପଞ୍ଚମୁଖୀଭୈରବୀମୂର୍ତ୍ତି ଗ୍ରାମବାସୀ ଉଦ୍ଧାର କରି ଗାଁ ମଝିରେ ଏକ ବୁଦା ମୂଳେ ରଖିଛନ୍ତି।ଗ୍ରାମବାସୀ ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲଚରାଲ ହେରିଟେଜ କୁ ଖବର ଦେଇଥିଲେ।INTACHର ପ୍ରତିନିଧି ଗାଁ ରେ ପହଂଚି ସ୍ଥିତି ଯାଞ୍ଚ କରିବା ସହ ଏହାକୁ ଏକ ବିରଳ ମୂର୍ତ୍ତି ବୋଲି କହିଛନ୍ତି।ଏହା ରାଜ୍ୟର ଦ୍ୱିତୀୟ ବହୁମୁଖୀ ଭୈରବୀ ମୂର୍ତ୍ତି ବୋଲି ରିପୋର୍ଟରେ ଦର୍ଶାଇଛନ୍ତି।ଏହି ମୂର୍ତ୍ତିଟି ନବମ କିଂମ୍ବା ଦଶମ ଖ୍ରୀଷ୍ଟାବ୍ଦରେ ନିର୍ମାଣ ହୋଇଥାଇପରେ ବୋଲି ଅନୁମାନ କରାଯାଉଛି। INTACHପ୍ରକଳ୍ପ ସଂଯୋଜକ ଅନୀଲ ଧୀର ସରକ୍ଷଣ ପାଇଁ କହିଛନ୍ତି।କଟକ ଜିଲ୍ଲା କଣ୍ଟାପଡା ରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ।