ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୨୩ ତାରିଖରେ ଅବପାତ ଓ ୨୪ ବାତ୍ୟା (ୟାସ୍) ରୂପ ନେବ। ଆସନ୍ତା ୨୬ ତାରିଖରେ ଏହା ଓଡ଼ିଶା ଉପକୁଳର ନିକଟବର୍ତ୍ତୀ ହେବ। ୱିଣ୍ଡି.କମ୍ ର ଅକାଳନ ଅନୁସାରେ ବାତ୍ୟା ୟାସ୍ ଚାନ୍ଦବାଲି ବାଲେଶ୍ଵର ଓ ଦିଘା ମଧ୍ୟରେ ଲ୍ୟାଣ୍ଡ ଫଲ କରିବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ୟାସ୍ କୁ ନଜରରେ ରଖି ରାଜ୍ୟ ସରକାର ଗଞ୍ଜାମରୁ ବାଲେଶ୍ଵର, ମୟୁରଭଞ୍ଜ ପର୍ଯ୍ୟନ୍ତ ସମୁଦାୟ ଉପକୁଳ ଓ ସଂଲଗ୍ନ ଅଞ୍ଚଳରେ ଆଲର୍ଟ ଜାରି କରିଛନ୍ତି । ବାତ୍ୟାକୁ ଦୃଷ୍ଟିରେ ରଖି ଚଣ୍ଡିଖୋଲ ଅଗ୍ନିଶମ କେନ୍ଦ୍ର ମଧ୍ୟ ଯଥେଷ୍ଟ ସଜାଗ ଥିବା ଚଣ୍ଡିଖୋଲ ଅଗ୍ନିଶମ କ୍ଷେତ୍ର ଅଧିକାରୀ ପ୍ରଭାକର ସାହୁ ସୂଚନା ଦେଇଛନ୍ତି । ଯେ କୌଣସି ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିବା ପାଇଁ ପାୱାର ସ, ପାୱାର ବୋଟ୍, ଆସ୍କା ଲାଇଟ୍, ଜେନେରେଟର ପରି ସମସ୍ତ ସରଞ୍ଜାମ ସହ ୧୫ ଜଣିଆ ଟିମ୍ ପ୍ରସ୍ତୁତ ଥିବା ସେ ସୂଚନା ଦେଇଛନ୍ତି । ବଡ଼ଚଣା ବ୍ଲକ୍ ଅଧିନରେ ଥିବା ଅଚ୍ୟୁତବସନ୍ତ, ମହିପୁର, କୃଷ୍ଣପୁର ଶାସନ, ଅରଖପୁର ଓ ଧାନମଣ୍ଡଳ ରେ ଥିବା ସମସ୍ତ ୫ଟି ବାତ୍ୟା ଆଶ୍ରୟସ୍ଥଳୀ ସରଞ୍ଜାମ ସହ ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ ଜଣାଇଛନ୍ତି । ବଡ଼ଚଣା ତଥା ସମଗ୍ର ଓଡିଶାବାସୀଙ୍କୁ ଭୟ ନକରିବା ପାଇଁ ସେ ଅନୁରୋଧ କରିଛନ୍ତି। ବଡ଼ଚଣାର ଯେକୌଣସି ଅଞ୍ଚଳରୁ ଖବର ପାଇଲେ ଓଡ୍ରାଫ, ଏନ୍.ଡି.ଆର୍.ଏଫ୍ ବାହିନୀ ଙ୍କ ପୂର୍ବରୁ ପହଁଞ୍ଚି ତୁରନ୍ତ ସେବା ଯୋଗାଇ ଦେବାପାଇଁ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପୂର୍ଣ୍ଣ ପ୍ରସ୍ତୁତ ଓ ଆବଶ୍ୟକ ପଡିଲେ ଅଧିକ ଅଗ୍ନିଶମ ବାହିନୀ ଏବଂ ସରଞ୍ଜାମ ଅଣାଯିବ, ତେଣୁ ଭୟଭୀତ ନହୋଇ ବାତ୍ୟା ପରିସ୍ଥିତିରେ ୦୬୭୨୫-୨୨୬୧୦୧ ନମ୍ଵର୍ କୁ ଫୋନ୍ କରି ଚଣ୍ଡିଖୋଲ ଅଗ୍ନିଶମ କେନ୍ଦ୍ରକୁ ଯୋଗଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି ।
ଯାଜପୁର ବଡ଼ଚଣା ରୁ ଚିତ୍ତରଞ୍ଜନ ସିଂହ ଙ୍କ ରିପୋର୍ଟ୍ ସଙ୍ଘର୍ଷ ନ୍ୟୁଜ ।