କନ୍ଧମାଳ (ସଂଘର୍ଷ ମିଡିଆ ) : ଆଇ. ଆଇ. ସି,ଜିଲ୍ଲାପାଳ,ଏସ.ପି ଏମାନେ ସବୁ ମୋର––? ଏହା ଏକ ଯାତ୍ରାର ସଂଳାପ ନୁହେ , ଜଣେ ପୋଲିସ ବାବୁଙ୍କ ଦମ୍ଭୋକ୍ତି । ସବ ଇନ୍ସପେକ୍ଟରଙ୍କ ଦୁର୍ବ୍ୟବହାର ନେଇ ଏସପିଙ୍କୁ ଦାବିପତ୍ର- କନ୍ଧମାଳ ଜିଲ୍ଲାର ଫୁଲବାଣୀ ଟାଉନ ଥାନା ସବ ଇନ୍ସପେକ୍ଟର ଦୀପକ କୁମାର ସାମନ୍ତ ସିଂହାର ଗତ ୧୯.୦୫.୨୦୨୧ ରାତିରେ ଜଣେ କାର୍ଯ୍ୟରତ ୱେବ ମିଡ଼ିଆର ସାମ୍ବାଦିକଙ୍କୁ ଗାଳିଗୁଲଜ କରିବା ସହ ସମସ୍ତ ସାମ୍ବାଦିକଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ସାମ୍ବାଦିକ ମାନଙ୍କୁ ଗୋଡେଇ ଗୋଡେଇ ମାଡ ମାରିବା ନେଇ ଧମକ ଦେବା ଅଡିଓ ଭାଇରାଲ ହେବା ପରେ ସାମ୍ବାଦିକ ପେଷା ଓ କାର୍ଯ୍ୟ ଦକ୍ଷତା କୁ ନେଇ ଏବେ ସଙ୍କଟ ସୃଷ୍ଟି ହୋଇଛି। ରାଜ୍ୟ ସରକାର ସମ୍ବୁଖ ଯୋଦ୍ଧା ଘୋଷଣା କରିଥିବା ବେଳେ ଜଣେ ପୁଲିସ ଅଧିକାରୀ ଏଭଳି କହିବାକୁ ନେଇ କନ୍ଧମାଳ ଗଣମାଧ୍ୟମ ସଙ୍ଘ କନ୍ଧମାଳ ଜିଲ୍ଲା ପକ୍ଷରୁ ଏହାକୁ ଘୋର ନିନ୍ଦା କରାଯିବା ସହ ଦୃଢ଼ କାର୍ଯ୍ୟନୁଷ୍ଠାନ ନିମନ୍ତେ ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ବାଲିଗୁଡା ଠାରେ ସଭାପତି ସନ୍ତୋଷ ଦାସଙ୍କ ଦ୍ଵାରା ଏବଂ କନ୍ଧମାଳ ଗଣମାଧ୍ୟମ ସଙ୍ଘ ପକ୍ଷରୁ ଜି ଉଦୟଗିରି ଠାରେ ଉପ ସଭାପତି ଗଗନ କୁମାର ପ୍ରଧାନ ଓ ଫିଲିପ ଦିଗାଲ ଙ୍କ ଦ୍ଵାରା ଏସ୍ ଡି ପି ଓ ଙ୍କ ଜରିଆରେ ଏସ ପି କନ୍ଧମାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଦାବୀ କୁ ଗୁରୁତ୍ୱ ଦେଇ ବିଚାର କରି ଫୁଲବାଣୀ ଟାଉନ ଥାନା ପୋଲିସ ଏସ ଆଇ ଦିପକ ସାମନ୍ତ ସିଂହାରଙ୍କୁ ପୋଲିସ କାର୍ଯ୍ୟାଳୟ ରିଜର୍ଭକୁ ସ୍ଥାନାନ୍ତର କରିଛନ୍ତି । ଏସ ପି ଙ୍କର ଏହି କାର୍ଯ୍ୟକୁ ସାମ୍ବାଦିକ ସଙ୍ଘ ତରଫରୁ ଧନ୍ୟବାଦ ଦିଆଯାଇଛି । ହେଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ସାମ୍ବାଦିକଙ୍କୁ ଅସମ୍ମାନ ଦେଖାଉଥିବା ଏଭଳି ପୋଲିସ ଅଫିସରଙ୍କ ପ୍ରତି ଏସ ପି ମୋହଦୟ ନେଇଥିବା ପଦକ୍ଷେପ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେବାରୁ ଏହି ପୋଲିସ ଏସ ଆଇ ଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ସାମ୍ବାଦିକ ସୁରକ୍ଷା ପାଇଁ ଆଜି ତା ୨୫ /୫/୨୦୨୧ ରିଖ ସନ୍ଧ୍ୟା ୬ଟା ବେଳେ କନ୍ଧମାଳ ସାମ୍ବାଦିକ ସଙ୍ଘ ସହ ବନ୍ଧିତା ଉକ୍ରଳ ସଙ୍ଘ ପକ୍ଷରୁ ସଭାପତି ଅରୁପ କୁମାରଜେନା ସନ୍ତୋଷ କୁମାର ଦିଗାଲ ଙ୍କ ନେତୃତ୍ୱରେ ଏସପି କନ୍ଧମାଳ ଭିନିତ ଅଗ୍ରୱାଲ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଓୟୁଜେ କନ୍ଧମାଳ ଶାଖା ପକ୍ଷରୁ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ବେହେରା ଓ ବିରୂପାକ୍ଷ ସୁବୁଦ୍ଧିଙ୍କ ନେତୃତ୍ୱରେ ଏସପିଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଦାବିପତ୍ର ପ୍ରଦାନ ବେଳେ ଉପ ସଭାପତି ବଳଦେବ ବେହେରା ସଦସ୍ୟ ଆଦିତ୍ୟ ପ୍ରସାଦ ତ୍ରିପାଠୀ , ଉପସ୍ଥିତ ଥିଲେ । ସେହିପରି କନ୍ଧମାଳ ଗଣମାଧ୍ୟମ ୱେବ ମିଡ଼ିଆ ସଙ୍ଘ ପକ୍ଷରୁ ଉପ ସଭାପତି ବୈଦ୍ୟନାଥ ନାୟକ ଓ କ୍ଷୀରୋଦ ଚନ୍ଦ୍ର ସାହାଣୀଙ୍କ ନେତୃତ୍ୱରେ କନ୍ଧମାଳ ଏସପି ଙ୍କୁ ଏବଂ ଜିଲ୍ଲାପାଳ ଡ଼ ବୃନ୍ଦାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏସପି ଶ୍ରୀ ଅଗ୍ରୱାଲ ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର ଓ ଅସଭ୍ୟ ଭାଷାରେ ଗାଳି କରିଥିବା ଫୁଲବାଣୀ ଟାଉନ ଥାନାର ଏସ ଆଇ ଙ୍କର ବିରୁଦ୍ଧରେ ହେଉଥିବା ଅଭିଯୋଗର ତଦନ୍ତ ଚାଲିଛି । ତଦନ୍ତ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆପଣଙ୍କ ର ସାମ୍ବାଦିକ ମାନେ ମଧ୍ୟ ନୀତି ନିୟମ ଅନୁସାରେ କାର୍ଯ୍ୟ କରିବା ଦରକାର ବୋଲି ସାମ୍ବାଦିକ ମାନଙ୍କୁ ଏସ ପି ଶ୍ରୀ ଅଗ୍ରୱାଲ ପ୍ରତିଶ୍ରୁତି ଦେଇଛନ୍ତି । ଦାବୀଟି ତିନୋଟି ସଙ୍ଘ ପକ୍ଷରୁ ପୃଥକ ପୃଥକ ଭାବେ ଏସ ପି କନ୍ଧମାଳ ଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରାଯାଇଛି । କନ୍ଧମାଳ ଜିଲ୍ଲାରୁ ଗୁପ୍ତ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।