ସାପ କାମୁଡାରେ ୮ ବର୍ଷର ନାବାଳିକାଙ୍କ ମୃତ୍ୟୁ ସାପକୁ ଧରି ମେଡିକାଲ ଆସିଲେ ପରିବାର ଲୋକେ

18

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ନିଆଦିଆ) : – ସାପ କାମୁଡ଼ାରେ ତୃତୀୟ ଶ୍ରେଣୀ ରେ ପଢ଼ୁଥିବା ୮ ବର୍ଷର ନାବାଳିକା ଙ୍କ ମୃତ୍ୟୁ l ଏହିପରି ହୃଦୟ ବିତାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ବୋବେଇ ପଂଚାୟତ ର ଚୋରବେଡା ଗ୍ରାମରେ,ସୂଚନା ଅନୁଯାଇ ଚୋରବେଡା ଗ୍ରାମର ଗୋବିନ୍ଦ ଗଣ୍ଡଙ୍କ ୮ ବର୍ଷର ଝିଅ ଦୀପାଳି ଗଣ୍ଡ ଗତକାଲି ରାତିରେ ବାପା ମାଙ୍କ ସହ ତଳେ ବିଛଣାରେ ଶୋଇଥିବା ବେଳେ ହଠାତ ଏକ ବିଷଧର ସାପ ଦୀପାଳିର କାନ ପାଖେ କାମୁଡିଦେଇ ଥିଲା l ସାଙ୍ଗେ ସାଙ୍ଗେ ପରିବାର ଲୋକେ ଦୀପାଳିଙ୍କୁ ଏବଂ ସେହି କାମୁଡିଥିବା ବିଷଧର ସାପକୁ ରାଇଘର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଧରି ଆସିଥିଲେ l ଦୀପାଳିଙ୍କୁ ଡକ୍ଟର ମୃତ ଘୋଷଣା କରିଥିଲେ l ସୂଚନା ଥାଉକି ଦୀପାଳି ଯୋଡ଼େଙ୍ଗା କନ୍ୟାଶ୍ରମରେ ତୃତୀୟ ଶ୍ରେଣୀରେ ପାଠ ପଢୁଥିଲା,ବାପା ମା ଗୋଟିଏ ମାତ୍ର ଝିଅକୁ ଏହିପରି ହରେଇ ପରିବାର ଏବଂ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି,ଦୀପାଳିଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ବିଦ୍ୟାଳୟର ଶିକ୍ଷକ ଏବଂ ପ୍ରଧାନଶିକ୍ଷକ ମେଡିକାଲରେ ପହଞ୍ଚି ଦୁଃଖ ପ୍ରକାଶ କରିଥିଲେ,ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠେଇବା ପରେ ନାବାଳିକା ଦୀପାଳିଙ୍କ ଶବକୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More