ନୂଆପଡା ( ସଂଘର୍ଷ ମିଡିଆ ) : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଖଡ଼ିଆଳ ବନଖଣ୍ଡ ଅଧିନସ୍ଥ କିରେଝୋଲା ର ମାଁ ଧାମନବହଳିଆନ ଗ୍ରାମ୍ୟ ଜଙ୍ଗଲରେ 50 ପଚାଶ ଏକର ବିଶିଷ୍ଟ ବିରାଟ ଜାଗାରେ ଜଙ୍ଗଲ ବିଭାଗ ତରଫରୁ 20 ବର୍ଷ ପୂର୍ବେ ସାଗୁଆନ ଚାରା ଲଗେଇଥିଲେ ଓ କିରେଝୋଲାର ଗ୍ରାମବାସୀ ଙ୍କୁ ରକ୍ଷଣାବେକ୍ଷଣ ପାଇଁ ଦାୟିତ୍ୱ ଦେଇଥିଲେ ସେହି ନିର୍ଦ୍ଦେଶକୁ ଗ୍ରାମବାସୀ ପାଳନ ମଧ୍ୟ କରିଥିଲେ, କିନ୍ତୁ ଦୁର୍ଭାଗ୍ୟ ବିଷୟ କି ଗତକାଲି ରାତିରେ ବଡ଼ବଡ଼ ମୂଲ୍ୟବାନ 7 ସାତ ଖଣ୍ଡ ସାଗୁଆନ ଗଛକୁ କେହି ଦୃବୁତ୍ତ ମାନେ ଗଛ କୁ କାଟି ଟ୍ରାକ୍ଟର ଯୋଗେ ଅନ୍ୟତ୍ର ଜାଗାକୁ ବିକ୍ରି କରିଦେଇଥିବା ଗ୍ରାମ ବାସି ଜଙ୍ଗଲ ବିଭାଵ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି । ଫରେଷ୍ଟର ଶ୍ରୀ ରଞ୍ଜନ କୁମାର ସାହୁ, ଫରେଷ୍ଟଗାଡ ଶ୍ରୀ ରାକେଶ କୁମାର ଦଣ୍ଡସେନା,ଓ ଫରେଷ୍ଟଗାଡ଼ କୁମାରୀ ସ୍ଵର୍ଣଲତା ସୁନାନୀ ଗ୍ରାମ ବାସୀଙ୍କ ସହାୟତାରେ ତଦନ୍ତ ଜାରି ରଖିଛନ୍ତି ଓ ଦୋଷୀକୁ ଯେମିତି ହେଲେ ମଧ୍ୟ ଧରାଜୀବ ଓ ଉଚିତ ଦଣ୍ଡ ଦିଆଜିବ ବୋଲି ଜଙ୍ଗଲ ବିଭାଗର ଅଧିକାରୀମାନେ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ବୋଡେ଼ନ ବ୍ଲକରୁ ଭାଗ୍ୟବାନ ମାଝଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।