ସାଗରିକା ୱେଲଫେୟାର ଟ୍ରଷ୍ଟ ପକ୍ଷରୁ କରୋନା ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

47

Get real time updates directly on you device, subscribe now.

ରାଉରକେଲା ( ସଂଘର୍ଷ ମିଡିଆ ) : ଆଜି ରାଉରକେଲା ର ସେକ୍ଟର 15 ଛକରେ ଜନ ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା। ସାଗରିକା ୱେଲଫେୟାର ଟ୍ରଷ୍ଟ ର ସଭାପତି ଶ୍ରୀମତୀ ଜୟନ୍ତୀ ଦାସ ଓ ସେକ୍ଟର 15 ର ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ପ୍ରଧାନ ଙ୍କ ନେତୃତ୍ୟରେ ଆଜି ସକାଳ 8.30 ଘଟିକା ସମୟରେ ସେକ୍ଟର 15 ଛକରେ କରୋନା ଜନିତ ଜନ ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା। ସେକ୍ଟର 15 ରିଂରୋଡ଼ ମୁଖ୍ୟରାସ୍ତାରେ ଜନ ସାଧାରଣ ଓ ବ୍ୟକ୍ତି ବିଶେଷଙ୍କୁ କରୋନା ସଚେତନତା ସମ୍ପର୍କରେ ବୁଝା ଯାଇଥିଲା । କରୋନା ଆକ୍ରାନ୍ତରେ ପିଡିତ ହୋଇ ସୁସ୍ଥ ହୋଇ ଫେରିବା ବ୍ୟକ୍ତି ବିଶେଷଙ୍କୁ ନିଜର ପ୍ଲାଜମା ଦାନ କରିବା ପାଇଁ ସଚେତନ କରାଯାଇଥିଲା । ଏଥି ସହିତ ଓଡ଼ିଶାର ବିଭିନ୍ନ ସ୍ଥାନ ରୁ 769 ମେଟ୍ରିକ୍ ଟନ୍ ଆକ୍ସିଜେନ ଭାରତକୁ ଯୋଗାଇ ଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ର ସିଇଓ ଙ୍କୁ ସାଗରିକା ୱେଲଫେୟାର ଟ୍ରଷ୍ଟ ତରଫରୁ ଧନ୍ୟବାଦ୍ ଅର୍ପଣ କରାଯାଇଛି।ଆଜିର ଏହି ଜନ ସଚତନତା କାର୍ଯ୍ୟକ୍ରମ ସମୟରେ ସାଗରିକା ୱେଲଫେୟାର ଟ୍ରଷ୍ଟ ର ଜେନେରାଲ ସେକ୍ରେଟାରୀ ସନ୍ତୋଷ କୁମାର ତନ୍ତୀ, ସୌଦାମିନୀ ସାହୁ, ରାଜେଶ୍ୱରି ମହାପାତ୍ର, ଉଲି ପାଢ଼ୀ, ଝୂନୁ ଓ ଶରତ ସେନାପତି ପ୍ରମୁଖ ଉପସ୍ଥିତ ହୋଇଥିଲେ। ସେକ୍ଟର 15 ର ସମାଜସେବୀ ବିଷ୍ଣୁ ବିଶୋଇ, ଜଗବନ୍ଧୁ ମହାନ୍ତି, ପ୍ରସନ୍ନ ତ୍ରିପାଠୀ, ସତ୍ୟବ୍ରତ ସାମଲ, ନିତ୍ୟାନନ୍ଦ ପ୍ରଧାନ, ପ୍ରମୋଦ କୁମାର ପ୍ରଧାନ, ଧବଳେଶ୍ଵର ବିଶ୍ଵାଳ, ପୁରୁଷତ୍ତମ ବେହେରା ଉପସ୍ଥିତ ରହି ଏହି କାର୍ଯ୍ୟକର୍ମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ରାଉରକେଲାରୁ କ୍ୟାମେରାମ୍ୟାନ ମୃତ୍ୟୁଞ୍ଜୟଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀ ଙ୍କ ରିପୋର୍ଟ୍ ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More