ପଟ୍ଟାମୁଣ୍ଡାଇ ( ସଂଘର୍ଷ ମିଡିଆ ) : ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତ ତମାଳ ଶାସନ ଗ୍ରାମରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ନାଇଆଡିଆ ପଞ୍ଚାୟତ ପେଣ୍ଠପାଳ ଗ୍ରାମର ଲକ୍ଷ୍ମୀପ୍ରିୟା ମଳିକ ମାମୁଘର ତମାଳ ଶାସନ ଗ୍ରାମରେ ରହିଆସୁଥିଲେ । କିନ୍ତୁ ଗତକାଲି ସନ୍ଧ୍ୟାସମୟରେ ଲକ୍ଷ୍ମୀପ୍ରିୟା ମାମୁଁ ଘରର ଦୁଆର ପାହାଚ ସମ୍ମୁଖରେ ତାଙ୍କ ମାଆ ବସିଥିବା ବେଳେ ଲକ୍ଷ୍ମୀ ଖେଳୁଥିଲେ । ଠିକ୍ ସେହି ସମୟରେ ଲକ୍ଷ୍ମୀପ୍ରିୟା ତାଙ୍କ ମାଆଙ୍କୁ କହିଥିଲେ ମାଆ ମୋତେ କଣ କାମୁଡି ଦେଲା ସଙ୍ଗେ ସଙ୍ଗେ ଖୋଜାଖୋଜି କରିଥିଲେ । କିଛି ନପାଇବାରୁ ଏକ ଗାତ ଉପରେ ନଜର ପଡ଼ିଥିଲା। ସେହି ଗାତରେ ପାଇପି ସାହାଯ୍ୟରେ ପାଣି ପୁରାଇଥିଲେ ପାଣି ଜାଇ ପ୍ରାୟ ଦଶ ଫୁଟ୍ ଦୂରରେ ବାହାରିଥିଲା। କିଛି ସମୟପରେ ସେହି ଗାତରୁ ଏକ ଚାରି ଫୁଟ୍ ଲମ୍ବର ଏକ ଗୋଖର ସାପ ବାହାରିଥିଲା। ଗ୍ରାମର କିଛି ଶାହାସି ଜୁବକମାନେ ଏକ ଜାଲ ସାହାଯ୍ୟରେ ଗର୍ଜନ କରୁଥିବା ଗୋଖର ସାପ ଟିକୁ ଧରି ହାଣ୍ଡିରେ ରଖିଥିଲେ । ସେପଟେ ଲକ୍ଷ୍ମୀପ୍ରିୟାକୁ ଗ୍ରାମରେ ଥିବା ଗୁଣିଆ ନିକଟକୁ ନେଇଥିଲେ ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ଡାକ୍ତର ଲକ୍ଷ୍ମୀପ୍ରିୟାକୁ ମୃତ ଘୋଷଣା କରିବାପରେ ଗ୍ରାମରେ ସୋକାକୁଳ ପରିବେଶ ଦେଖିବାକୁ ମିଳିଛି। ଛଅ ବର୍ଷର ଲକ୍ଷ୍ମୀପ୍ରିୟା ଏ ଦୁନିଆଁକୁ ଆସିଥିଲା କିନ୍ତୁ ଦୁନିଆଁକୁ ବୁଝିବା ଆଗରୁ ଲକ୍ଷ୍ମୀପ୍ରିୟା ନିଜେ ଆଖି ବୁଜିଦେଲେ। ଅନ୍ୟପଟେ ଚୋଟ ମାରିଥିବା ଗୋଘର ସାପଟିକୁ ନମାରି ଗୋସେବକ ଜିବନ କୃଷ୍ଣ ରାୟ (ଶଙ୍କର ଭାଇ) ଙ୍କୁ ଡାକି ଦେଇଥିଲେ। ଏତେ ନିଷ୍ଠୁର ଭଗବାନ ସେହି ଛଅ ବର୍ଷର କୁନି ନିଷ୍ପାପ ପିଲାଟି କାହାର ବା କି ଦୋଷ କରିଥିଲା। ଭଗବାନ କାହିଁକି ଏତେବଡ ନିଷ୍ପତ୍ତି ନେଲେ ସେହି କୁନି ପିଲାଟି ପାଇଁ। (ପଟ୍ଟାମୁଣ୍ଡାଇରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)