ସରକାରୀ ଯୋଜନା କେବଳ ନାମକୁ ମାତ୍ର , ଠକାମୀର ଶିକାର ହେଉଛନ୍ତି ଚାଷୀ

42

Get real time updates directly on you device, subscribe now.

ନୂଆଗାଁ(ସଂଘର୍ଷ ମିଡିଆ ) : -ରାଜ୍ୟ ସରକାରଙ୍କ ର ବିଭିନ୍ନ ଯୋଜନା ମାଧ୍ୟମରେ ଡ୍ରୀପ ବୋରୱଲ୍ ସେଚ କାର୍ଯ୍ୟକ୍ରମ ମାଧ୍ୟମରେ କୃଷକ ମାନଙ୍କୁ କିଭଳି ପାଣିର ସୁବିଧା ମିଳିପାରିବ ପ୍ରତ୍ୟେକ ବର୍ଷ ଗଭୀର ନଳକୂପ ଏବଂ ଅଗଭୀର ନଳକୂପ ଖନନ କରିବା ସେଥିମଧ୍ୟରୁ ବିଜୁ କୃଷକ ବିକାଶ ମଧ୍ୟ ଏକ ପ୍ରକାର ଯୋଜନା ଯାହା ପାଇଁ ଅନଲାଇନ ମାଧ୍ୟମରେ ସୀମିତ ସମୟ ପାଇଁ ସରକାର ଖୋଲା ରଖୁଛନ୍ତି ଆବେଦନ ୱେବସାଇଟ।ଏହି ଆବେଦନ କେଉଁମାନେ କରିପାରିବେ ନା ଅତିକମରେ ପାଖାପାଖି ଚାରି ଜଣ ଏକାଠି ଆବେଦନ କରିବା ଦରକାର ସେଥିମଧ୍ୟରୁ ଯେଉଁମାନେ ଅନଲାଇନ ରେ ଆବେଦନ କରିବେ ତାପରେ ସରକାର ଧାର୍ଯ୍ୟ କରିଥିବା ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେ ଏକ ଖାତା ଖୋଲି ସେଥିରେ ଅନୁସୂଚିତ ଜାତି ଜନଜାତିଙ୍କ ପାଇଁ ୧୦୦୦୦ ଟଙ୍କା ଏବଂ ଅନ୍ୟ ମାନଙ୍କ ପାଇଁ ୨୦୦୦୦ ତାଙ୍କ ଜମା ଦେବାକୁ ପଡିଥାଏ।ତା ପରେ ବ୍ୟକ୍ତି ଜଣଙ୍କୁ ଉଠା ଜଳ ସେଚନ ଅଫିସ ମାଧ୍ୟମରେ ସମ୍ପୂର୍ଣ୍ଣ ନଳକୂପ ସହିତ ପାଣି ମୋଟର ଏବଂ ବିଦ୍ୟୁତ୍ ର ସୁବିଧା ଦିଆଯାଇଥାଏ।କିନ୍ତୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବେରୁଆବାରି ପଞ୍ଚାୟତର ବଧୂଲିପୁର ଗ୍ରାମର ନଟବର ବେହେରା,ଅଭି ବେହେରା,ପ୍ରକାଶ ମହାଙ୍କୁଡ଼ ଓ ପ୍ରସନ୍ନ ବେହେରାଙ୍କ ଠାରେ ଦୀର୍ଘ ଦଶ ବର୍ଷ ପୂର୍ବେ ଯେତେବେଳେ ଉଠା ଜଳସେଚନ ବିଭାଗର କାର୍ଯ୍ୟାଳୟ ଦଶପଲ୍ଲାରେ ଥିଲା ସେତେବେଳେ ଟଙ୍କା ଜମା କରିଥିଲେ ଏହି ଚାରିଜଣ ଚାଷୀ।ତାପରେ ସରକାରୀ ଯୋଜନାରେ ଉଠା ଜଳସେଚନ ବିଭାଗର ତରଫରୁ ବୋରୱଲ୍ ଖୋଳା ବି ହୋଇଥିଲା । ବୋରୱଲ ଖାେଳାଇ ଥିଲେ ସତ କିନ୍ତୁ ଚାଷୀ ପାଣି ପାଇବା ପାଇଁ ନୁହେଁ କେବଳ ବିଲ ପାସ କରି ଅଫିସର ଏବଂ ଠିକାଦାର ପକେଟ ଗରମ କରିବା ପାଇଁ। କାରଣ ଆଜି ପର୍ଯ୍ୟନ୍ତ ଚାଷୀଙ୍କ ବୋରୱଲ ରେ ମୋଟର ଲାଗି ନାହିଁ କି ପାଣି ବାହାରି ନାହିଁ ଏହି ଚାରିଜଣ ଚାଷୀ ଯେତେବେଳେ ଦଶପଲ୍ଲାରେ ଅଫିସ ଥିଲା ସେତେବେଳେ ଅଫିସ ଯିବାରେ ମୋଟର ଲଗାଇଦେବା କହି ଦିନ ଗଡ଼ାଇ ଥିବାବେଳେ ଅଫିସ ଉଠିଗଲା ନୟାଗଡ ଜିଲ୍ଲା ହେଡକ୍ୱାଟରକୁ ଆଉ ଫାଇଲ ସବୁ ହଜିଗଲା ଦଶପଲ୍ଲା ଅଫିସରେ ନୟାଗଡ ଉଠା ଜଳସେଚନ ବିଭାଗ କାର୍ଯ୍ୟାଳୟକୁ ଯାଇ ଚାଷୀମାନେ ଯାଇ ପଚାରିବାରୁ ସେମାନେ କହିଥିଲେକି ଆମପାଖରେ କୌଣସି କାଗଜପତ୍ର ନାହିଁ ଆମେ କିଛି କରିପାରିବୁ ନାହିଁ। ଯାହା ଫଳରେ ନିରୀହ ଚାଷୀ ମାନେ ସରକାରୀ ଯୋଜନାରୁ ସୁବିଧା ପାଇବା ପାଇଁ ଜମାକରି ମନରେ ଆସା ବାନ୍ଧିଥିଲେ ମଧ୍ୟ ନୟାଗଡ ଜିଲ୍ଲା ଉଠା ଜଳସେଚନ ବିଭାଗ ବିଭିନ୍ନ ଚାଷୀଙ୍କୁ ଦେଖୁଛି ଭେଳିକି।କିଛି ଦିନ ପୂର୍ବରୁ ଆମେ ଆମ ଚାନେଲ୍ ରେ ଖବର ପ୍ରସାରଣ କରିଥିଲୁ କିଭଳି ବାହାଡ଼ାଝୋଲା ପଞ୍ଚାୟତ ର ଆଦିବାସୀ ଗ୍ରାମ କାଳିଆମ୍ବା ଅଞ୍ଚଳରେ ଦୀର୍ଘ ଚାରି ବର୍ଷ ହେଲା ୨୦୧୭ ମସିହାରୁ ଅନଲାଇନ ରେ ଆବେଦନ କରି ବ୍ୟାଙ୍କରେ ଟଙ୍କା ଜମା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନଳକୂପ ଖୋଳା ଯାଇନଥିବା ଏଭଳି ଅଭିଯୋଗ ଆଣିଥିଲେ ଆଦିବାସୀ କାଲିଆମ୍ବା ଅଞ୍ଚଳର ଗୌରୀ ଯାନି,ତ୍ରିନାଥ ଜାନୀ,ପ୍ରଫୁଲ୍ଲ ଡାକୁଆ,ହରିବନ୍ଧୁ ସାହୁ ଏବଂ ଏ ଅଞ୍ଚଳର ସମାଜସେବୀ ତଥା ପୂର୍ବତନ ସମିତିସଭ୍ୟ ପ୍ରଫୁଲ୍ଲ କୁମାର ସାହୁ ।ଏହି ବିଷୟରେ ନୟାଗଡ ଉଠା ଜଳ ସେଚନ ବିଭାଗର Executive engineer ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲୁ ସେ କହିବା କଥା ଆଗରୁ ଯେଉଁ ମାନଙ୍କର ଖୋଳା ଯାଇଛି ଆମେ ତା ଉପରେ କିଛି କରି ପାରିବୁ ନାହିଁ ସରକାର ଯାହା ଡିସିଶନ ନେବେ । ଏବଂ ଯେଉଁମାନେ ୨୦୧୭-୧୮ ରେ ଜମା କରିଛନ୍ତି ତାହାକୁ ଜୁନ ୧୫ଭିତରେ ଖନନ କାମ ଶେଷ ହୋଇଯିବ ଏଭଳି କହିଥିବାବେଳେ ବିଭାଗୀୟ JE କିଛି ପକେଟ୍ ଖର୍ଚ୍ଚ ଚାହୁଁଛନ୍ତି।ହେଲେ ଆଜି ପର୍ଯ୍ୟନ୍ତ ବୋରୱଲ ଖୋଳା ହୋଇପାରିଲା ନାହିଁ ଆଗକୁ ବର୍ଷାଦିନ ପାଖେଇ ଆସିଲାଣି ଏଥିରୁ ସ୍ପଷ୍ଟ ହେଇଯାଉଛି ଯେ ନୟାଗଡ ଜିଲ୍ଲା ରେ ଉଠା ଜଳ ସେଚନ ବିଭାଗ ଯୋଜନା କେବଳ ନାମକୁମାତ୍ର ।ଏଣୁ ଯଦି ଦେଖିବାକୁ ଯିବା ନୟାଗଡ ଅଞ୍ଚଳରେ ଅନେକ ଚାଷୀ ଉଠା ଜଳ ସେଚନ ବିଭାଗ ତରଫରୁ ଠକାମିର ଶୀକାର ହୋଇଛନ୍ତି।ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚାଷୀ ମାନଙ୍କର ଦାବି କି ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ନୟାଗଡ ଉଠା ଜଳ ସେଚନ ବିଭାଗର କର୍ମଚାରୀଙ୍କ ପ୍ରତି ଦୃଷ୍ଟି ଦେବା ପାଇଁ ଦାବି। ନୟାଗଡ ନୂଆଗାଁ ରୁ ରବୀନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More